କଟକ: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ୩ ଜଣଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟ ୩ ଜଣଙ୍କ ଆଗୁଆ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର ଓ ଭାରତୀ ଟୁଡୁଙ୍କୁ କୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ତେବେ ଅନ୍ୟ ତିନି ଜଣ କିଶୋର କୁମାର କର, ପ୍ରକାଶନ ସଂସ୍ଥାର ମାଲିକ ଅନୁପମ ଘୋଷ ଏବଂ ଅସୀମ ଘୋଷଙ୍କ ମାମଲା ଏବେବି ବିଚାରଧୀନ ରହିଛି । ଆସନ୍ତା ଅଗଷ୍ଟ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡ଼ୁ, ଓ କିଶୋର କୁମାର କର ହାଇକୋର୍ଟରେ ଆଗୁଆ ଜାମିନ କରିଥିଲେ । ସେମାନଙ୍କ ପୂର୍ବରୁ ପ୍ରକାଶନ ସଂସ୍ଥାର ଅନୁପମ ଘୋଷ ଓ ଅସୀମ କୁମାର ଘୋଷ ଆଗୁଆ ଜାମିନ ଆବେଦନ କରିଥିଲେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ମନୋଜ ପାଢ଼ୀଙ୍କୁ ଗିରଫ କରିଛି ।