ନୂଆଦିଲ୍ଲୀ: ଦିଲ୍ଲୀ ଓ ଉତ୍ତର ଭାରତର ଅନେକ ଅଞ୍ଚଳରେ ଘନ କୁହୁଡି ଛାଇ ରହିଛି । କୁହୁଡିରେ ସବୁଠୁ ଅଧିକ ପ୍ରଭାବ ବିମାନ ଚଳାଚଳ ଉପରେ ପଡିଛି । ଘନକୁହୁଡିରେ କମ ଦୃଶ୍ୟମାନ କାରଣରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି କାରଣରୁ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଟ୍ରାଭେଲ ଆଡଭାଇଜରି ଜାରି କରିଛି । ଦୁଇ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରିଛି । ଯାତ୍ରା ସ୍ୱାଭାବିକ ରହିଛି ଏବଂ ଚିନ୍ତା ନ କରିବାକୁ ଅପିଲ୍ କରିଛି ।
ଶୁକ୍ରବାର ଜାରି ଆଡଭାଇଜରିରେ ଏୟାର ଇଣ୍ଡିଆ କହିଛି ଯେ, ଚଳାଚଳକୁ ନେଇ ସତର୍କତା ଅବଲମ୍ବନ କରିବ ଏବଂ ହେବାକୁ ଥିବା ସମସ୍ୟାକୁ କମ କରିବାକୁ ଯଥା ସମ୍ଭବ ଚେଷ୍ଟା କରିବ । ଏୟାରଲାଇନ୍ସ ନିଜର ଯାତ୍ରୀଙ୍କ ଯାତ୍ରା ଯୋଜନାର ମହତ୍ୱ ବୁଝି ପାରୁଛି, ବିଶେଷ କରି ଏହି ଛୁଟିର ଋତୁରେ କୌଣସି ବି ଯାତ୍ରାକାଳୀନ ଅସୁବିଧାକୁ କମ କରିବାକୁ ପ୍ରତିଶ୍ରୁତି ଦେଉଛି ।
ଏୟାର ଇଣ୍ଡିଆ କହିଛି, ପାଣିପାଗ ବିଭାଗ ଦିଲ୍ଲୀ ଓ ଉତ୍ତର ଭାରତ, ପୂର୍ବ ଭାରତର କିଛି ଅଞ୍ଚଳରେ ଘନକୁହୁଡି ଲାଗି ରହିବାର ପୂର୍ବାନୁମାନ କରିଛି । ଏଥିପାଇଁ ଦିଲ୍ଲୀ, ଅମୃତସର, ଚଣ୍ଡିଗଡ, ଲଖନଉ, ବାରାଣସୀ ଓ ପାଟନାରେ ବିମାନ ଚଳାଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବ ପୂରା ନେଟୱର୍କ ଉପରେ ପଡିବ ।
ଆଡଭାଇଜରିରେ କୁହାଯାଇଛି ଯେ, କୁହୁଡି ସମୟରେ ଉଡାଣ ବୁକ୍ କରିଥିବା ଯାତ୍ରୀମାନଙ୍କୁ ଫଗ କେୟାର ଅଭିଯାନ ଆଧାରରେ ଆଗୁଆ ଆଲର୍ଟ ମିଳି ଚାଲିବ । ଏଥିରେ ବିନା କୌଣସି ଅତିରିକ୍ତ ଶୁଳ୍କରେ ବିମାନ ବଦଳାଇବା କିମ୍ବା କୌଣସି ଜରିମାନାରେ ପୂରା ରିଫଣ୍ଡ ମିଳିବାର ବିକଳ୍ପ ରହିଛି । ଏହା ସହିତ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ, ଏୟାରପୋର୍ଟ ଆସିବା ପୂର୍ବରୁ ୱେବସାଇଟରେ ନିଜ ଉଡାଣର ସ୍ଥିତି ଯାଞ୍ଚ କରି ନିଅନ୍ତୁ ।
ଇଣ୍ଡିଗୋର ମାର୍ଗଦର୍ଶିକା
ଇଣ୍ଡିଗୋ ମଧ୍ୟ ଘନ କୁହୁଡିକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ପାଇଁ ଆଡଭାଇଜରି ବା ମାର୍ଗଦର୍ଶିକା ଜାରି କରିଛି । ଇଣ୍ଡିଗୋ ନିଜର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଲେଖିଛି ଯେ, ଚଣ୍ଡିଗଡ ଓ ଅମୃତସରରେ ଘନ କୁହୁଡି ରହିଛି । ଏଥିରେ ଦୃଶ୍ୟମାନ ହ୍ରାସ ପାଇଛି । ତେଣୁ ଏହି ସହରରୁ ବିମାନ ଉଡାଣ ପ୍ରଭାବିତ ହୋଇଛି । ଆମର ପରାମର୍ଶ ଏହା ଯେ, ବିମାନ ବନ୍ଦର ଯିବା ପୂର୍ବରୁ ୱେବସାଇଟ କିମ୍ବା ଆପରେ ଉଡାଣର ସଦ୍ୟତମ ସ୍ଥିତି ଯାଞ୍ଚ କରି ନିଅନ୍ତୁ ।
Also read: ଆଜି ମମତାଙ୍କ ଗଡରେ ପିଏମ ମୋଦୀଙ୍କ ରାଲି, ୩୨୦୦ କୋଟି ପ୍ରକଳ୍ପର ଦେବେ ଉପହାର