ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୬ ତାରିଖରେ ୨୯ ତମ ପ୍ରତିଷ୍ଠା ଦିବସ ପାଳିବ ବିଜୁ ଜନତା ଦଳ । ଦଳର ମୁଖ୍ୟାଳୟ “ ଶଙ୍ଖ ଭବନ” ଠାରେ ପ୍ରତିଷ୍ଠା ଦିବସ ମହାସମାରୋହରେ ଦଳ ସଭାପତି ନବୀନ ପଟ୍ଟନାୟକ ଯୋଗ ଦେବେ । ସାରା ରାଜ୍ୟରେ ଚାଲିବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଶନିବାର ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ।
ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଦେବୀ ମିଶ୍ର କହିଛନ୍ତି ଡିସେମ୍ବର ୨୬ ତାରିଖରେ ୨୯ ତମ ପ୍ରତିଷ୍ଠା ଦିବସ ପାଳନ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ଆଗାମୀ ବର୍ଷର କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟୟ ନେବା ମହତ୍ତ୍ଵପୂର୍ଣ । ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସାମ୍ପ୍ରତିକ ପରିସ୍ଥିତିରେ ଏକ ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳ ଭାବେ ଓଡ଼ିଶା ବିକାଶର ଆଭିମୁଖ୍ୟକୁ ଆଗେଇ ନେବା ସହିତ ବିଭିନ୍ନ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡିକରେ ଜନସାଧାରଣଙ୍କୁ ସଚେତନ କରେଇବା ଓ ଓଡିଶାର ତଥା ଲୋକଙ୍କର ସ୍ୱାର୍ଥକୁ ନେଇ ସ୍ୱର ଉତ୍ତୋଳନ କରିବ । ଓଡିଶାବାସୀଙ୍କ ଭଲ ପାଇବାକୁ ପାଥେୟ କରି ବିଜେଡି ତା’ର କାର୍ଯ୍ୟକ୍ରମ ଜାରି ରଖିଛି ବୋଲି ଦେବୀ ମିଶ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ଵର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ଵର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ଵର ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ ।