ଭୁବନେଶ୍ୱର: ରାଜ୍ୟରେ ଏକ ନୂତନ ଆଞ୍ଚଳିକ ମୁଣ୍ଡ ଟେକୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଚର୍ଚ୍ଚା ମଧ୍ୟରେ ବିଜେଡ଼ି ବନ୍ଧୁ ମିଳନ ଭୋଜି ଆଉ ଏକ ପ୍ରସଙ୍ଗ ହୋଇଯାଇଛି । ବିଜେଡ଼ି ନେତୃତ୍ୱ ପାଇଁ ଅଙ୍କ କଷା ଚାଲିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏହି ଭୋଜି ଭାତକୁ ଅନ୍ୟ ଅର୍ଥରେ ନ ନେବାକୁ କହିଛନ୍ତି ବିଧାୟକ ଅରୁଣ ସାହୁ । ରାଜ୍ୟ ଭଲ ସ୍ଥିତିରେ ନ ଥିବାରୁ ଏସବୁ ଚର୍ଚ୍ଚା ପ୍ରମୁଖ ସ୍ଥାନ ପାଉଛି ଏବଂ ଅସଲ ମୁଦ୍ଦା ଦୂରେଇ ଯାଉଛି ବୋଲି ଅରୁଣ କହିଛନ୍ତି ।
ଦଳରେ ଯୁବ ନେତୃତ୍ୱ ପ୍ରସଙ୍ଗରେ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ସବୁ ବେଳେ ସବୁ ନେତୃତ୍ୱକୁ ଗୁରୁତ୍ୱ ଦେବା ଆବଶ୍ୟକ । ଯେଉଁ ବୟସ୍କମାନେ ପୂର୍ବରୁ ନେତୃତ୍ୱ ନେଇଥିଲେ ସେମାନେ ଏବେବି ନେତୃତ୍ୱ ନେଉଛନ୍ତି । ସେହିପରି ଯୁବ ନେତୃତ୍ୱ ବି ଅଛନ୍ତି । ବାସ୍ତବିକ ଭାବରେ କହିବାକୁ ଗଲେ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦେଲେ ଦଳ ଅଧିକ ସୁଦୃଢ଼ ହେବ । ସେହିପରି ଗତକାଲି ଭୁବନେଶ୍ୱର ଉପକଣ୍ଠ ଝୁମୁକାରେ ବିଜେଡ଼ି ଭୋଜିରେ ଯୁବ ନେତୃତ୍ୱ ପାଇଁ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏହାକୁ ଦଳର ନେତୃବୃନ୍ଦମାନେ ପ୍ରତ୍ୟାଖାନ କରିଛନ୍ତି । ଭୋଜିରେ ନବୀନ ପଟ୍ଟାନାୟକ ଜିନ୍ଦବାଦ ଓ ବିଜୁ ବାବୁ ଜିନ୍ଦାବାଦ ପକାଇଛନ୍ତି, ଏହା ନୂଆ ସମୀକରଣ କିଛି ନାହିଁ ବରଂ ଦଳ ସପକ୍ଷରେ କହିଛନ୍ତି । ଏଥିରେ ଅନ୍ୟ କଥା କିଛି ନାହିଁ । ସେ ଯେଉଁ ଦଳରେ ରହୁଛନ୍ତି, ତାଙ୍କର ରାଜୈନିତ କ୍ୟାରିଅର କରିବାକୁ ଚାହୁଁଛନ୍ତି । ସେନେଇ ଆଲୋଚନା କରିବା କଥା ଭୁଲ ନୁହେଁ । ସମୟ କ୍ରମେ ରାଜନୀତିର ପ୍ରବାହମାନ ଧାରାରେ ସଙ୍ଗଠନକୁ ମଜବୁତ କରିବା ଏବଂ ଆଗକୁ ବଢ଼ିବା, ଏବଂ ଗୋଟିଏ ଦଳ, ଗୋଟିଏ ଚିହ୍ନ ଏବଂ ଗୋଟିଏ ନେତୃତ୍ୱରେ ରାଜନୀତି ହେଉଛି । ତେଣୁ ମେଳିକୁ ଭୁଲ ଚିତ୍ରଣ ନ କରାଯାଉ ।
ସେହିପରି ରାଜ୍ୟ ନୂତନ ଦଳ ଗଠନ ଉପରେ ଅରୁଣ କହିଛନ୍ତି, ଜନ୍ମ ନ ହେବାରୁ ଆକଳନ କରିବା ଠିକ୍ ହେବନି । ଓଡ଼ିଶାରେ ଯେଉଁ ସକାରାତ୍ମକ ଢଙ୍ଗରେ ରାଜନୀତି ହେବା କଥା ତାହା ହେଉ ନଥିବାରୁ କାହା କାହାର ଭେଟଘାଟକୁ ନେଇ ଏହି ଚର୍ଚ୍ଚାଗୁଡ଼ିକ ଗଣମାଧ୍ୟମରେ ପ୍ରମୁଖ ସ୍ଥାନ ପାଉଛି । ଯଦି ଗୋଟେ ରାଜ୍ୟରେ କାମ କରିବାର ଧାରା, ସର୍ବାଙ୍ଗୀନ ଉନ୍ନତି ଏବଂ ପ୍ରତ୍ୟେକ ମଣିଷର ଅବଦାନ ରହିବ ତେବେ କାହା ପାଖର ସମୟ ରହିବନି ଏସବୁକଥା ଆଲୋଚନା କରିବାକୁ । ରାଜ୍ୟ ଭଲ ସ୍ଥିତିରେ ନ ଥିବାରୁ ଏସବୁ ଚର୍ଚ୍ଚା ପ୍ରମୁଖ ସ୍ଥାନ ପାଉଛି ଏବଂ ଅସଲ ମୁଦ୍ଦା ଦୂରେଇ ଯାଉଛି ବୋଲି ଅରୁଣ କହିଛନ୍ତି । ଓଡ଼ିଶାରେ ଛୋଟ ଛୋଟ ଘଟଣାକୁ ବିରାଟ ବଡ଼ କରାଯାଏ ।
ଅନ୍ୟପକ୍ଷରେ ଗତକାଲି ଭୋଜିରେ ଯୋଗ ଦେଇଥିବା ବାଲେଶ୍ୱରର ପୂର୍ବତନ ବିଧାୟକମାନେ ଆଜି ଅରୁଣ ସାହୁଙ୍କ ବାସଭବନରେ ଏକାଠି ହୋଇଥିଲେ । ପୂର୍ବତନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ସ୍ୱରୂପ ଦାସ । ଉତ୍ତର ଓଡ଼ିଶା ଉତ୍ସବରୁ ନିମନ୍ତ୍ରଣ ଦେବାକୁ ଆସିଥିବା କହିଛନ୍ତି । ଏହା ପାୱାର୍ ଶୋ ନୁହେଁ ବନ୍ଧୁତ୍ୱର ଶୋ ଥିଲା ବୋଲି ସୂରୁପ ଦାସ କହିଛନ୍ତି । ସେହିପରି ଉତ୍ତର ଓଡ଼ିଶା ଉତ୍ସବରେ ଅତିଥି ପାଇଁ ଯୋଗ ଦେବାକୁ ଆସିଥିବା ଅରୁଣ କହିଛନ୍ତି ।
ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ଝୁମୁକାଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେଡ଼ିର 50ରୁ ଅଧିକ ନେତା ପୂର୍ବତନ ବିଧାୟକ ତଥା ପରାଜିତ ପ୍ରାର୍ଥୀ ଏକାଠି ହୋଇଥିଲା । ଭୋଜିରେ ଦେବାଶିଷ ସାମନ୍ତରାୟ, ପ୍ରୀତିରଞ୍ଜନ ଘଡ଼େଇ, ରାଜେନ୍ଦ୍ର ସାହୁ, ଚନ୍ଦ୍ରସାରଥୀ ବେହେରା, ସମ୍ବିତ ରାଉତରାୟ, ଲତିକା ପ୍ରଧାନ, ପ୍ରଭୁ ଜାନୀ, ସଞ୍ଜୟ ଦାସବର୍ମା ଓ ମହିଧର ରଣା ପ୍ରମୁଖ ଯୋଗ ଦେଇଥିଲେ ।