ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହୋଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର ପୋଲିସ ଗୁରୁବାର ଗିରଫ କରି ଶୁକ୍ରବାର ସୁନ୍ଦରଗଡ଼ ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ଅଭିଯୁକ୍ତ ହେଲେ ୨୩ ବର୍ଷୀୟ କୁଲଦୀପ ହାସଦା। ଏନେଇ ପୋଲିସ ଏକ ମାମଲା ନଂ.୬୧୬/୨୫ ରୁଜୁ କରି ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ୧୦ମ ଶ୍ରେଣୀର ଛାତ୍ରୀ। ଅଭିଯୁକ୍ତ କୁଲଦୀପ ନାବାଳିକା ଛାତ୍ରୀଙ୍କୁ ଫେସ୍ବୁକ୍ ମାଧ୍ୟମରେ ନିଜ ପ୍ରେମଜାଲରେ ଫସାଇଥିଲା। ଗତ ଜୁନ୍ ମାସରେ ଛାତ୍ରୀଙ୍କୁ ଡକାଇ ଜୋରଜବରଦସ୍ତ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବା ଧମକ ଦେଇ ସେଠାରୁ ଫେରାର ହୋଇଯାଇଥିଲା ଯୁବକ। ଭୟରେ ଛାତ୍ରୀ ଜଣକ ଏ ବିଷୟରେ ଘରେ କାହାରିକୁ କହିନଥିଲେ।
ହେଲେ ଦୁଇଦିନ ଆଗରୁ ପେଟବ୍ୟଥା ହେବାରୁ ଛାତ୍ରୀଙ୍କ ପରିବାର ଲୋକେ ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ। ସେଠାରେ ପରୀକ୍ଷା ପରେ ଛାତ୍ରୀ ପାଞ୍ଚ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରିବାର ପଚାରିବାରୁ ଛାତ୍ରୀ ସବୁ କଥା କହିଥିଲେ। ଗୁରୁବାର ରାତିରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ ବୀରମିତ୍ରପୁର ଥାନାରେ ଲିଖିତ ଏତଲା ଦିଆଯାଇଥିଲା। ବୀରମିତ୍ରପୁର ଥାନାଧିକାରୀ ପୋକ୍ସୋ ଧାରାରେ ଏକ ମାମଲା ରୁଜୁକରି ତାଙ୍କ ଗାଁରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଛି।
ନାବାଳିକାଙ୍କୁ କୁଲଦୀପ ଦୁଷ୍କର୍ମ କରିବା ସହ ଏ ବିଷୟରେ କାହାରିକୁ ନ ଜଣାଇବା ପାଇଁ ଧମକ ଚମକ ଦେଇ ତାଙ୍କୁ ଚୁପ କରାଇ ଦେଇଥିଲେ। ହେଲେ ଗତ ୨ ଦିନ ତଳେ ନାବାଳିକାଙ୍କ ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ଡାକ୍ତରୀ ପରୀକ୍ଷାରୁ ସେ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏନେଇ ପରିବାର ଲୋକେ ଗୁରୁବାର ବୀରମିତ୍ରପୁର ଥାନାରେ ଏତଲା ଦେଇଥିଲେ। ପୋଲିସ କୁଲଦୀପଙ୍କ ଡାକ୍ତରୀ ମାଇନା କରି ଶୁକ୍ରବାର ସୁନ୍ଦରଗଡ଼ ପୋକ୍ସୋ କୋର୍ଟକୁ ଚାଲାଣ କରିଛି।
ଅଧିକ ପଢନ୍ତୁ: ମା’ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା ଛାତ୍ରୀ, ହସ୍ପିଟାଲରୁ ମା’ ଓ ଶିଶୁ ଉଦ୍ଧାର