ପୁରୀ: ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ରାସ୍ତା ଖୋଲିଛି । କେନ୍ଦ୍ର ମନ୍ତ୍ରାଳୟ ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ଅନୁମତି ପ୍ରଦାନ କରିଛନ୍ତି ।
ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅନୁମତି ଲୋଡ଼ା ଯାଇଥିଲା । ଫେବ୍ରୁଆରୀ ୨୭ ତାରିଖରେ କେନ୍ଦ୍ର ସରକାର ବନ ସଂରକ୍ଷଣ ଏବଂ ସମ୍ବର୍ଦ୍ଧନ ଅଧିନିୟମ ୧୯୮୦ର ଧାରା ୨ (୧) ଆଧାରରେ ତର୍ଜମା କରିଛନ୍ତି । ଏହା ପରେ କେନ୍ଦ୍ର ଷ୍ଟେଜ୍-୧ ଅନୁମୋଦନ ପ୍ରଦାନ କରିଛନ୍ତି । ଜଙ୍ଗଲ ଜମିର ୨୭.୮୮୭ ହେକ୍ଟର ଜମି ଅଧିଗ୍ରହଣ ପାଇଁ ରାଜ୍ୟ ଜଙ୍ଗଲ ବିଭାଗକୁ ଅନୁମତି ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:- କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ