କଟକ-ଚାନ୍ଦବାଲି ରାସ୍ତା ସାଲେପୁର ଥାନା କୁଳିଆ ବଜାର ଠାରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଘର ଉପରକୁ ଏକ ହାଇୱା ଟ୍ରକ ମାଡିଯାଇଛି । ଯାହା ଫଳରେ ପରିବାର ଲୋକ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡାରୁ ଏକ ହାଇୱା ଟ୍ରକ କଟକ ଅଭିମୁଖେ ଯାଉଥିଲା । ଏହି ସମୟରେ ହାଇୱା ଟ୍ରକଟି ଭାରସାମ୍ୟ ହରାଇ କୁଳିଆ ବଜାର ସ୍ଥିତ ନାରାୟଣ ଦାସ ଓ ତାଙ୍କ ଘର ଉପରେ ଚଢିଯାଇଥିଲା । ଫଳରେ ଘରର ଆସବାବପତ୍ର କ୍ଷତିଗ୍ରସ୍ତ ହେବା ସହିତ ଅଳ୍ପକେ ପରିବାର ଲୋକଙ୍କ ଜୀବନ ବଂଚିଯାଇଛି ।