ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଯଯାତୀ କେଶରୀ ମେଡ଼ିକାଲ କଲେଜ ( ସହ ଅନୁବନ୍ଧିତ ) ରେ କାର୍ଯ୍ୟରତ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଠିକା ସଂସ୍ଥା ଦୁଇମାସ ଧରି ଦରମା ନଦେବା ପ୍ରତିବାଦରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ ।
ଆନ୍ଦୋଳନ ଯୋଗୁଁ ମେଡ଼ିକାଲରେ ସଫେଇ ସେବା ଠପ୍ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଫେଇ କର୍ମଚାରୀ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ନିଯୁକ୍ତି ଦିନ ଠାରୁ ଉକ୍ତ ଠିକା ସଂସ୍ଥା କର୍ମଚାରୀଙ୍କ ସହ ଏପରି ଠକି ଆସୁଥିବା ଅଭିଯୋଗ ହୋଇଛି । ଠିକା ସଂସ୍ଥା ସଠିକ୍ ଭାବେ କାର୍ଯ୍ୟ କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି ।
ସେପଟେ ମେଡ଼ିକାଲର ଜଣେ ଅଧିକାରୀ କହିଛନ୍ତି ଯେ ଆକାଉଣ୍ଟାଣ୍ଟ ପାଖକୁ ଟଙ୍କା ପଠାଇ ଦିଆଯାଇଛି । କିନ୍ତୁ ଅନ୍ୟ ଜଣେ ନୂତନ ଅଧିକାରୀ ନିଯୁକ୍ତି ହୋଇଥିବାରୁ ଦରମା ଦେବାରେ ବିଳମ୍ବ ହୋଇଛି । ତେବେ ସମ୍ପୃକ୍ତ ଠିକା ସଂସ୍ଥାକୁ ନୋଟିସ୍ ଜାରି ହୋଇଛି । ନୂଆ ସଂସ୍ଥା ଆସିଲେ ଉକ୍ତ ସଂସ୍ଥାକୁ ବିଦା କରାଯିବ ବୋଲି ସେ କହିଛନ୍ତି ।