ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ନୂଆକୋଡାଶିଙ୍ଗା ଗ୍ରାମରୁ ଶନିବାର ବନବିଭାଗ ଏକ ଗାଡ଼ଭାଲୁକୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡିଛି ।
ସୂଚନା ଅନୁସାରେ ଶନିବାର ସକାଳେ ନୂଆକୋଡାସିଙ୍ଗା ଗ୍ରାମ ଜଙ୍ଗଲ ନିକଟରେ ଏକ ଗାଡଭାଲୁ ମୁର୍ମୁଷୁ ଅବସ୍ଥାରେ ପଡ଼ିଥିବା ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଁଚି ଭାଲୁଟିକୁ ଉଦ୍ଧାର କରିଥିଲା । ଭାଲୁର ବାମଗୋଡ଼ ପାର୍ଶ୍ଵରେ ଏବଂ ପେଟ ସହିତ ମଳଦ୍ୱାର ମୁହଁରେ ଘା ହେବା ସହିତ ପୋକ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଭାଲୁର ଚିକିତ୍ସା ପାଇଁ ବନବିଭାଗ ହରଭଙ୍ଗା ପଶୁ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହରଭଙ୍ଗା ପଶୁ ଡାକ୍ତର ବୀରେନ୍ଦ୍ର ପୃଷ୍ଟି ଭାଲୁର ଚିକିତ୍ସା କରିଥିଲେ । ଚିକିତ୍ସା ପରେ ଭାଲୁଟିକୁ ଚାରିଛକ ବନବିଭାଗ ନର୍ସରିରେ ରଖାଯାଇଛି । ଭାଲୁ ଉଦ୍ଧାର ସମୟରେ ପୁରୁଣାକଟକ ରେଞ୍ଜ ଅଫିସର ଜୟନ୍ତ କୁମାର ଦାଶ, କୁଶଙ୍ଗ ବନପାଳ ଚିତ୍ତରଞ୍ଜନ ପ୍ରଧାନ, ଚାରିଛକ ବନପାଳ ସତୀଶ ରଞ୍ଜନ କମ୍ପ ପ୍ରମୁଖ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ : ଘରୁ ଡାକିନେଇ ହତ୍ୟା କଲେ ନକ୍ସଲ