ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ସୀମାରେ ନକ୍ସଲ ପୁଣି ହଂସା ଘଟାଇଛନ୍ତି। ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ହେଲେ ଅଶୋକ ତାଲାଣ୍ଡି।
ସୂଚନା ଅନୁସାରେ ଭାମରାଗଡ଼ ଥାନା ଅଞ୍ଚଳର ଦାମରାଞ୍ଚା ଗ୍ରାମର ନିବାସୀ ଅଶୋକ ତାଲାଣ୍ଡି ନାମକ ବ୍ୟକ୍ତିକୁ ପୋଲିସ ଇନଫର୍ମର ସନ୍ଦେହରେ ଗୁରୁବାର ରାତିରେ ନକ୍ସଲ ମାନେ ଗାଁରେ ପଶି ତାକୁ ଘରୁ ଉଠାଇ ନେଇଥିଲେ ଏବଂ ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇଥିଲେ । ଶବ ନିକଟରେ ନକ୍ସଲ ଏକ ପୋଷ୍ଟର ଛାଡ଼ି ଯାଇଥିଲେ ଯେଉଁଥିରେ ଉଲ୍ଲେଖ ଥିଲା କି ଅଶୋକ ପୋଲିସ ଇନଫର୍ମର ଭାବେ କାମ କରୁଥିଲା । ବାରମ୍ବାର ଚେତାବନୀ ଦେବା ପରେ ମଧ୍ୟ ସେ ସୁଧୁରିନଥିଲା । ତେଣୁ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଛି ।
ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣାର ତଦନ୍ତ ଚାଲିଥିବା ବେଳେ ସୁରକ୍ଷାକର୍ମୀ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଥିବା ଜଣାପଡିଛି ।
ଅଧିକ ପଢ଼ନ୍ତୁ : ଯକ୍ଷ୍ମା ରୋଗକୁ ନେଇ ସମ୍ ହସ୍ପିଟାଲ୍ରେ ସଚେତନତା କାର୍ଯ୍ୟକ୍ରମ