ଭୁବନେଶ୍ୱର: ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଏନେଇ ରାଜ୍ୟବାସୀଙ୍କୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି । ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ପରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସାରା ରାଜ୍ୟକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଲଘୁଚାପ ଦକ୍ଷିଣ ଓଡ଼ିଶା ଅଭିମୁଖେ ଗତି କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଏବଂ ପ୍ରତି ଘଣ୍ଟାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ କେଉଁଠି ବର୍ଷା ପାଣି ଘରେ ପଶିଛି ତ ଆଉ କେଉଁଠି ପାହାଡ଼ରୁ ପଥର ଖସି ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆଜି ମା' ଦୁର୍ଗାଙ୍କ ମେଲାଣି ଉତ୍ସବ ଥିବାବେଳେ ବର୍ଷା ପାଇଁ ଯେପରି କିଛି ଅଘଟଣ ନ ଘଟେ ସେଥିପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଜନସାଧାରଣଙ୍କୁ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ କରିବାର ସମ୍ଭାବନା ରହିଛି ।