ଭୁବନେଶ୍ୱର: କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ଖୁସି ଖବର ଆସିଛି । ପ୍ରଭୁ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଗତ କିଛି ବର୍ଷ ରଥଯାତ୍ରା ସମୟରେ ବ୍ରହ୍ମତାଳଧ୍ୱଜ ରଥ ଟଣାରେ ବ୍ୟାପକ ଅସୁବିଧା ସୃଷ୍ଟି ହେଉଥିଲା । ରଥର ଅବସ୍ଥା ଠିକ୍ ନ ଥିବାରୁ ଗତବର୍ଷ ବିଭ୍ରାଟ ସୃଷ୍ଟି ହୋଇଥିଲା । ବାରମ୍ବାର ତ୍ରୁଟି ଆସିବାରୁ ମାଉସୀ ମା ମନ୍ଦିରରେ ପହଁଚିବାକୁ ତିନି ଦିନ ସମୟ ଲାଗିଥିଲା । ଯେଉଁଥିପାଇଁ ଭକ୍ତଙ୍କ ମନରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା ।