ଯାଜପୁର: ଡ୍ରାଇଭିଂ ଶିଖିବା ହେଲା କାଳ। କାର ଚଳାଉଥିବା ବେଳେ ବୃଦ୍ଧଙ୍କ ଉପରେ ଚଢ଼ିଗଲା କାର୍। ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା କୁଆଖିଆ ଥାନା ଗନ୍ଧଣ ପଞ୍ଚାୟତ ଦରକୁଣ୍ଡି ଗାଁରେ ଅଘଟଣ ଘଟିଛି। ମୃତକ ହେଉଛନ୍ତି ରଘୁନାଥ ଧଳ। ଦୁର୍ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ଦୁଇଜଣଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ। ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି।
ଆଜି ସକାଳେ ଦୁଇ ଜଣ ଯୁବକ ଗାଁ ରାସ୍ତାରେ ଡ୍ରାଇଭିଂ ଶିଖୁଥିଲେ। ରଘୁନାଥ ତାଙ୍କ ଘର ସମ୍ମୁଖରେ ବସିଥିଲେ। ଯୁବକ ଜଣକ ଭାରସାମ୍ୟ ହରାଇ ବୃଦ୍ଧଙ୍କ ଉପରେ ଗାଡି ମଡାଇଦେଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି।
ଅଧିକ ପଢନ୍ତୁ: ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ପିଟିଲା ବାଇକ୍,୨ ମୃତ