ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଇସ୍ରାଏଲ ଗସ୍ତରେ ବାହାରି ସାରିଛନ୍ତି । ସେ ଦୁଇ ଦିନ ଇସ୍ରାଏଲରେ ରହିବେ ଏବଂ ସେଠାକାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଭେଟିବେ । ତାଙ୍କର ଏହି ଗସ୍ତକୁ ନେଇ ଇସ୍ରାଏଲରେ ବହୁତ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହି ଗସ୍ତରେ ମୋଦୀ ଇସ୍ରାଏଲର ସଂସଦ ନେସେଟୁ ସମ୍ବୋଧିତ କରିବେ । ଏମିତି କରିବାରେ ସେ ହେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ।
ଏହା ପୂର୍ବରୁ ୨୦୧୭ରେ ପିଏମ ମୋଦୀ ଇସ୍ରାଏଲ ଗସ୍ତ କରିଥିଲେ ଏବଂ ୟହୁଦୀ ଦେଶରେ ପହଞ୍ଚିବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏବେ ସଂସଦକୁ ସମ୍ବୋଧିତ କରିବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ହେବ । ଇସ୍ରାଏଲରେ ସରକାରଙ୍କଠୁ ନେଇ ମିଡିଆ ପର୍ଯ୍ୟନ୍ତ ମୋଦୀଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ।
ଇସ୍ରାଏଲର ସବୁଠୁ ବଡ ଖବରକାଗଜ ଜେରୁସେଲମ ପୋଷ୍ଟ ମୋଦୀଙ୍କୁ ଖାସ୍ ଶୈଳୀରେ ସ୍ୱାଗତ କରିଛି । ଜେରୁସେଲମ ପୋଷ୍ଟ ମୋଦୀଙ୍କ ସ୍ୱାଗତରେ ଗୋଟିଏ ପୃଷ୍ଠାକୁ ପୂରା ସମର୍ପିତ କରିଛି । ଏହାର ଶୀର୍ଷକ ରହିଛି ନମସ୍ତେ ମୋଦୀ । ଖବରକାଗଜର ସଂପାଦକୀୟ ମୁଖ୍ୟ ଖବରକାଗଜର ପ୍ରଥମ ପୃଷ୍ଠାକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି । ଏଥିରେ ପିଏମ ମୋଦୀଙ୍କ ଫଟୋ ରହିବା ସହ ଇସ୍ରାଏଲ ଓ ଭାରତ ସମ୍ବନ୍ଧ ସଂପର୍କିତ ବିଶେଷ ଖବରକୁ ସ୍ଥାନ ଦିଆଯାଇଛି ।
ଆଉ ଏକ ଖବରକାଗଜର ଶୀର୍ଷକ ରହିଛି ୱେଲକମ ମୋଦୀ । ଏହା ସହିତ ଲେଖା ହୋଇଛି ଦୁନିଆର ଦୁଇ ପ୍ରାଚୀନ ସଭ୍ୟତା ନିକଟତର ହେବାର ନୂଆ ଅଧ୍ୟାୟ ଲେଖୁଛନ୍ତି । ଖବରକାଗଜଟି ପୂରା ପ୍ରଥମ ପୃଷ୍ଠାକୁ ଭାରତ ଓ ଇସ୍ରାଏଲର ସଂପର୍କକୁ ସମର୍ପିତ କରିଛି । ଏହା ମଧ୍ୟରେ ଇସ୍ରାଏଲର ସଂସଦକୁ ତ୍ରିରଙ୍ଗାର ଆଲୋକରେ ରଙ୍ଗୀନ କରାଯାଇଛି । ଏହାର ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି ।
Also read: ପିଏମ ମୋଦୀ ପହଞ୍ଚିବା ପୂର୍ବରୁ ଇସ୍ରାଏଲରେ ୧୧ ଏଫ-୨୨ ଲଢୁଆ ବିମାନ ମୁତୟନ କଲା ଆମେରିକା