ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପୋଡ଼ି ହୋଇଯାଇଥିବା ୪ ଜଣ ଛାତ୍ରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ ଛାତ୍ର ଜଣକ ହେଲେ ବୀରେନ ଟାକ୍ରି । ସେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ଦୀର୍ଘ ୪୮ ଦିନର ଚିକିତ୍ସା ପରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ।
ସେପଟେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା ଆରମ୍ଭ ହୋଇଯାଇଛି । ପରିବାର ସହିତ ସ୍ଥାନୀୟ ଲୋକେ ଏବଂ ଅନ୍ୟ ଅଭିଭାବକମାନେ ତାତିଛନ୍ତି । ଥିନର ଢାଳିଥିବା ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ପରିବାର ଲୋକେ ପାଇକଡ଼ାକୁଲୁଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ମୁନିଗୁଡ଼ା
ଗତ ଜାନୁଆରୀ ୫ ତାରିଖରେ ପାଇକଡାକୁଲଗୁଡ଼ା ଉନ୍ନୀତ ହାଇସ୍କୁଲରେ ଅଘଟଣ ଘଟିଥିଲା । ଅପରାହ୍ନ ୩ଟା ସମୟରେ କିଛି ଛାତ୍ର ଉପର ମହଲାରେ ଥିବା ସେହି ବିଦ୍ୟାଳୟ ଅନ୍ୟ ଜଣେ ହଠାତ୍ ସମସ୍ତଙ୍କ ଉପରେ ଥିନର୍ ଢାଳି ଦେଇଥିଲା । ଏହା ପରେ ତୁରନ୍ତ ଦିଆସିଲି ଲଗାଇ ଦେଇଥିଲା । ଫଳରେ ୪ ଜଣ ଛାତ୍ର ଗୁରୁତର ହୋଇଥିଲେ । ସପ୍ତମ ଶ୍ରେଣୀ ଛାତ୍ର ବିରେନ୍ ଟାକ୍ରି , ବିରାଜ , ନଳୀନ ହୁଇକା, ରୋହିତ ଖରା ଏବଂ ପଞ୍ଚମ ଶ୍ରେଣୀ ଛାତ୍ର ସୁଦାବ ବାଘ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏହା ପରେ ବୀରେନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ବୀରେନ୍ ଆଖି ବୁଜିଛି ।