ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସେପଟେ ଆଞ୍ଚଳିକ ପାଣିପାଗ ବିଭାଗ ଲଘୁଚାପ ପାଇଁ ଆଜି ଓ ଆସନ୍ତାକାଲି ପାଇଁ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ସେଥିପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ସ୍ଥିତିର ତଦାରଖ ପାଇଁ ସରକାର ତିନି ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀକୁ ଦାୟିତ୍ୱ ଦିଆଯାଇଛି ।
ଭଦ୍ରକ ଜିଲ୍ଲା ଦାୟିତ୍ୱରେ ଓଏମସି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ସୁଧାଂଶୁ ମୋହନ ସାମଲ ରହିବେ । ସେହିପରି ବାଲେଶ୍ୱର ଦାୟିତ୍ୱରେ ଓଏସସିଏସସି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଆଏଏସ୍ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଯାଜପୁର ଦାୟିତ୍ୱରେ ଅବକାରୀ ବିଭାଗ ଆୟୁକ୍ତ ଆଇଏଏସ୍ ପି. ଅନ୍ୱେଷା ରେଡ୍ଡୀ ରହିବେ । ଚିଠି ଜାରି ହେବାର ତତ୍କାଳ ପ୍ରଭାବ ସ୍ୱରୂପ ତୁରନ୍ତ ନିର୍ଦ୍ଧାରିତ ଜିଲ୍ଲା ଗୁଡ଼ିକୁ ଗସ୍ତ କରି ବନ୍ୟା ସ୍ଥିତି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।