ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଘାଟିରେ ଏକ ଦୁର୍ଘଟଣା ଘଟିଯାଇଛି । ଶେରଗଡ ନିକଟସ୍ଥ କରଡାକରଣାରୁ କିଛି ଗ୍ରାମବାସୀ ମା ବାଙ୍କେଶ୍ୱରୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଘାଟିରେ ଏକ ଡାଲା ଅଟୋ ଓଲଟି ପଡିଛି । ଯାହା ଫଳରେ ୨୦ ଜଣ ଲୋକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ମାଙ୍କ ଦର୍ଶନ ସାରି ଅଟୋଟି ଫେରୁଥିବା ସମୟରେ ପ୍ରାୟ ୩୦ ଫୁଟ ତଳକୁ ଖସିପଡିଥିଲା । ଫଳରେ ୨୦ ଜଣ ଲୋକ ଆହତ ହୋଇଛନ୍ତି । ତେବେ ଘଟଣା ସ୍ଥଳରୁ ଆହତ ମାନଙ୍କୁ ଉଦ୍ଧାର କରିବା ସହ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଥିଲା । ଏବଂ ସେମାନଙ୍କ ମଧ୍ୟରୁ ଆଠ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ବ୍ରହ୍ନପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।