ଗଂଜାମ ଜିଲ୍ଲା ରମ୍ଭା ଥାନା ବେଣୁଗୈାର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯୈାତୁକ ପାଇଁ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ସ୍ୱାମୀ । ସୂଚନା ଅନୁସାରେ ପୁରୁଷୋତ୍ତମପୁର ଥାନା ନିମପୋଲି ଗାଁର କେ.ନମିତା ଏକ ବର୍ଷ ତଳେ ରମ୍ଭା ଥାନା ବେଣୁଗୈାରୀ ଗାଁର କେ.ସନ୍ତୋଷ ପାତ୍ରଙ୍କୁ ବିବାହ କରିଥିଲେ । ବାହାଘରର କିଛି ଦିନ ପର୍ଯ୍ୟନ୍ତ ସଂସାର ସୁରୁଖୁରୁରେ ଚାଲିଆସୁଥିଲା । କିନ୍ତୁ ବିବାହର ୨ ମାସ ପରେ ଶାଶୁଘର ଲୋକ ୨ ଲକ୍ଷ ଟଙ୍କା ଯୈାତୁକ ଦାବି କରିଥିଲେ । ଏବଂ ଯୈାତୁକ ପାଇଁ ଶାଶୁଘର ଲୋକ ନମିତାଙ୍କୁ ନିର୍ଯ୍ୟାତନା ଦେବା ମଧ୍ୟ ଆରମ୍ଭ କରିଥିଲେ । ମାତ୍ର ଝିଅ ଘର ଲୋକ ଯୌତୁକ ଦେବାକୁ ଅସମର୍ଥ ହେବାରୁ ନବବଧୂଟିକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାପରେ ଘଟଣା ସ୍ଥଳରୁ ଶାଶୁ, ଶ୍ଵଶୁର ଏବଂ ନଣନ୍ଦ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ପଚରାଉଚରା କରିବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ଅଧିକ ପଚରା ଉଚରା ଜାରି ରଖିଛି ।