ଭୁବନେଶ୍ଵର: ଭୁବନେଶ୍ୱର ଭରତପୁର ଥାନା କଳିଙ୍ଗନଗରରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଏକ ବେଆଇନ୍ ଗ୍ୟାସ୍ ଡିପୋରେ ବିସ୍ଫୋରଣରେ ଛାତ ଉଡ଼ିଯାଇଛି । ଏହା ସହିତ ୪ଟି ବାଇକ୍ ଜଳି ଯାଇଛି । ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପ୍ରାପ୍ତ ସୂଚନା ମୁତାବକ, ଶନିବାର ଅପରାହ୍ନରେ କଳିଙ୍ଗନଗର ଅଞ୍ଚଳରେ ହଠାତ୍ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ସେଠାରେ ବେଆଇନ ଭାବେ ଗ୍ୟାସ୍ ରିଫିଲିଂ ଚାଲୁଥିବାବେଳେ ଅସାବଧାନତା ବଶତଃ ବିସ୍ଫୋରଣ ହୋଇଥିବା କୁହାଯାଉଛି । ସେହି ସ୍ଥାନରେ ବିପୁଳ ସଂଖ୍ୟାରେ ଗ୍ୟାସ ଟାଙ୍କି ଫାଟିଥିବା ଦେଖିବାକୁ ମିଳିଛି । ତେବେ ଏଥିରେ ବିଶେଷ କିଛି କାହାର କ୍ଷତି ହୋଇନଥିବା ଜଣାପଡ଼ିଛି ।