ନୟାଗଡ଼: ଦିନକୁ ଦିନ ମଦ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାକୁ ଲାଗିଛି । ନୟାଗଡ଼ ସଦର ଥାନା ଅନ୍ତର୍ଗତ ବୋଦାପୋଡ଼ା ଗ୍ରାମରେ ବେଆଇନ ମଦ କାରବାର ଉପରେ ଚଢ଼ଉ କରିବାକୁ ଯାଇଥିବାବେଳେ ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆମାନେ ଆକ୍ରମଣ କରିଛନ୍ତି । ଫଳରେ ୩ ଜଣ କନଷ୍ଟେବଳ ଆହତ ହୋଇଛନ୍ତି । ସେମାନେ ହେଲେ କୈବଲ୍ୟ ସ୍ୱାଇଁ, ଦେବୀପ୍ରସାଦ ପାଢ଼ୀ ଏବଂ ନୀଳ ଲୋହିତ ମଲ୍ଲିକ ।
ନୟାଗଡ଼ ଅବକାରୀ ଥାନା ଆଇଆଇସି ସୁରେଶ ଚନ୍ଦ୍ର ତାଣ୍ଡି, ବୋଦାପୋଡ଼ା ଗ୍ରାମରେ ଚୋରା ମଦ କାରବାର ଚାଲିଥିବାର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଅବକାରୀ ଟିମ୍ ଚଢ଼ଉ କରିଥିଲା । ଏହି ସମୟରେ ମଦ ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଫଳରେ କନଷ୍ଟେବଳ କୈବଲ୍ୟ ସ୍ୱାଇଁ, ଦେବୀପ୍ରସାଦ ପାଢ଼ୀ ଏବଂ ନୀଳ ଲୋହିତ ମଲ୍ଲିକ ଆହତ ହୋଇଛନ୍ତି । ପୋଲିସ ମାମଲା ରୁଜୁ କରି ଜଣଙ୍କୁ ଅଟକ ରଖିଛି । ଜେରା ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଆଇଆଇସି କହିଛନ୍ତି ।