ପୁରୀ: ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ 'ଏକ୍ସ' ହ୍ୟାକ୍ ହୋଇଛନ୍ତି । ୫ ଦିନ ହେବ ସୁଦର୍ଶନଙ୍କ ଏକ୍ସ ଆକାଉଣ୍ଟ ହ୍ୟାକରଙ୍କ କବଜାରେ ରହିଛି । ସୁଦର୍ଶନ ସାଇବର ଥାନାର ଦ୍ୱାରସ୍ଥ ହୋଇଥିବା ସେ ନିଜେ ସୂଚନା ଦେଇଛନ୍ତି ।
ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ ସାଇବର୍ ସେଲ୍ରେ ଅନୌପଚାରିକ ଅଭିଯୋଗ କରିଛନ୍ତି । ଏହା ସହିତ ଏକ୍ସ ସପୋର୍ଟ ଟିମକୁ ମଧ୍ୟ ଅବଗତ କରାଇଛନ୍ତି । ତଥାପି ଆକାଉଣ୍ଟଟି ପୁନଃଉଦ୍ଧାର ହୋଇ ପାରିନାହିଁ । ଦ୍ୱିତୀୟଥର ପାଇଁ ତାଙ୍କ ଆକାଉଣ୍ଟକୁ ହ୍ୟାକ୍ ହୋଇଛି । ଯେଉଁଥିପାଇଁ ସେ ଗଭୀର ଚିନ୍ତିତ ହୋଇ ପଡ଼ିଛନ୍ତି ।