ସୁନ୍ଦରଗଡ/ବଣାଇ: ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଆଇଡି ବ୍ଲାଷ୍ଟ ହୋଇଛି । ଏହିଭଳି ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସରଣ୍ତା ଜଙ୍ଗଲରେ । ଏହି ବିସ୍ପୋରଣରେ ଝାଡ଼ଖଣ୍ଡର ଜାଗୁଆର ଯବାନ ମନୋଜ ଦମାଇ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଏହି ବିସ୍ପୋରଣ ଛୋଟନାଗରା ଥାନା ଅନ୍ତର୍ଗତ ବାବୁଡରା ନିକଟ ସରଣ୍ଡା ଜଙ୍ଗଲରେ ହୋଇଛି । ଗୁରୁତର ଯବାନଙ୍କୁ ରାଞ୍ଚିକୁ ଏୟାର ଲିଫ୍ଟ କରାଯାଉଛି । ଗତକାଲି ଝାଡ଼ଖଣ୍ଡ ଯାଗୁଆର୍ ଓ ସିଆରପିଏଫ୍ ୬୦ ବାଟାଲିୟନ ଯବାନ ସରଣ୍ଡା ଜଙ୍ଗଲରୁ ୧୮ ହଜାର ଡିଟୋନେଟର୍ ଜବତ କରିଥିଲେ।