ଭୁବନେଶ୍ୱର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଛି ସାମୟିକ ଆଶ୍ୱସ୍ତି । ବିଷ୍ଣୁପଦଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ । ସିବିଆଇ ରେଡ୍ ମାମଲାରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ବିଷ୍ଣୁପଦ । ଏନେଇ ଆଜି ଶୁଣାଣି ବେଳେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୮ତାରିଖରେ ହେବ।
ପୂର୍ବରୁ ବିଷ୍ଣୁପଦଙ୍କ ଆବେଦନ ଖାରଜ କରିଥିଲେ ଓଡିଶା ହାଇକୋର୍ଟ । ଓଡିଶା ବ୍ରିଜ ଆଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଗିରଫ ସମ୍ଭାବନା ଥିବାରୁ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ବିଷ୍ଣୁପଦ ।
ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲିମିଟେଡ୍ ପାଇଁ ଏକ ବିଲ୍ ପାସ୍ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ନେଇ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। FIR ରେ ବିଷ୍ଣୁପଦଙ୍କ ନାଁ ନଥାଇ ମଧ୍ୟ ସିବିଆଇ ତାଙ୍କ ଘରେ ଚଢ଼ଉ କରିଥିଲା । ସିବିଆଇର ଏପରି କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ବିଷ୍ଣୁପଦ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସିବିଆଇର ବେଆଇନ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବା ପାଇଁ ପ୍ରାର୍ଥନା କରିଥିଲେ । ଗତ ଫେବୃଆରୀ ମାସରେ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲିମିଟେଡ୍ ଲାଞ୍ଚ ମାମଲାରେ ସିବିଆଇ ପକ୍ଷରୁ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ଉ କରାଯାଇଥିଲା । ସିବିଆଇ ଅଧିକାରୀମାନେ ତାଙ୍କ ଘରେ ଚଢ଼ଉ କରି ରେକର୍ଡ଼ପତ୍ର ଯାଞ୍ଚ କରିଥିଲେ । ସିବିଆଇର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଷ୍ଣୁପଦ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।