ଦିଲ୍ଲୀ: ଅଭିନେତ୍ରୀ ଚରିତ୍ରରେ ନଜର ଆସିଲେ ଲୋକପ୍ରିୟ ଅଭିନେତା ରିତେଶ ଦେଶମୁଖ। ଫିଲ୍ମ ନିର୍ମାତା ସୁଭାଷ ଘାଇ ତାଙ୍କର ପରବର୍ତ୍ତୀ ଫିଲ୍ମରେ ରିତେଶଙ୍କୁ ଅଭିନେତ୍ରୀ ଭାବେ ଅଭିନୟ କରିବା ପାଇଁ ଅଫର କରିଥିଲେ। ଏବଂ ରିତେଶ ମଧ୍ୟ କରିବା ପାଇଁ ରାଜି ହୋଇଯାଇଛନ୍ତି। ତେଣୁ ସୁଭାଷ ଘାଇ ନିଜ ଇନଷ୍ଟାଗ୍ରାମରେ ଅଭିନେତା ରିତେଶ ଦେଶମୁଖଙ୍କର ନାୟିକା ବେଶରେ ଏକ ଫୋଟୋ ସେୟାର କରିଛନ୍ତି।।
ଫୋଟର ଡେସକ୍ରିପସନରେ ସୁଭାଷ ଘାଇ ଲେଖିଛନ୍ତି ଆଗାମୀ ଫିଲ୍ମରେ ସେ ଆମର ପରବର୍ତ୍ତୀ ନାୟିକା। ସେ ଜଣେ କ୍ଲାସିକ୍ ସୁନ୍ଦରୀ। ଆପଣ କ’ଣ ଏହି ସୁନ୍ଦର ଝିଅର ନାମ କହିପାରିବେ। ଏହାପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେହି ଫଟୋ ତଳେ କମେନ୍ଟ କରିଥିଲେ ଯେ ସେ ହଉଛନ୍ତି ଆମ ଡାସିଙ୍ଗ ହିରୋ ରିତେଶ ଦେଶମୁଖ। ଏପରିକି ଫିଲ୍ମଟି ନିଶ୍ଚିତ ଭାବରେ ଏକ ସୁପରହିଟ୍ ହେବ ସାର୍। ଆଉ ଜଣେ ଲେଖିଛନ୍ତି,ରିତେଶ ନାୟିକା ଭୂମିକାରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି।
ତେବେ ଅନେକ ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ମଧ୍ୟ ଏହା କହିଛନ୍ତି ଯେ ଏହି ଫଟୋଟି ‘ଅପନା ସପନା ମନି ମନି’ର। କାରଣ ରିତେଶ ଯେଉଁ ଡ୍ରେସ ଟି ପିନ୍ଧିଛନ୍ତି ଏହା ତାଙ୍କର ପୁରୁଣା ଫଟୋ। ତେଣୁ ଏହା ସମସ୍ତ ଫ୍ୟାନ୍ସଙ୍କ ମନରେ ଏବେ ଏକ ପ୍ରଶ୍ନ ସୃଷ୍ଟି କରିଛି ଯେ ନିର୍ଦ୍ଦେଶକ ମଜା କରୁଥିଲେ ନା ସେ ପ୍ରକୃତରେ ରିତେଶ ଦେଶମୁଖଙ୍କୁ ତାଙ୍କର ‘ପରବର୍ତ୍ତୀ ନାୟିକା’ ଭାବରେ ବାଛିଛନ୍ତି। ତେଣୁ ଏବେ ଦେଖିବାକୁ ବାକି ରହିଲା କେବେ ରିତେଶ ନାୟିକା ଭୂମିକାରେ ନିଜ ସିନେମା ଦର୍ଶକଙ୍କୁ ଭେଟି ଦେବେ।