ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଡ ଧରଣର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ କରାଯାଇଛି। ଆଦର୍ଶ ଚିଟଫଣ୍ଡ ଠକେଇ ଘଟଣାରେ ଛାନଭିନ୍ କରିଛି ଇଡି। କଟକ ନିଶ୍ଚିନ୍ତକୋଇଲି ସହ ଭୁବନେଶ୍ୱରରେ ମଧ୍ୟ ବଡ ଧରଣର ଇଡି ଚାଲିଛି। ଭୁବନେଶ୍ୱରର ୨ଟି ସ୍ଥାନରେ ବର୍ତମାନ ଚଢ଼ାଉ କରୁଛି ଇଡି।
ନିକୁଞ୍ଜ ସାମନ୍ତରାୟଙ୍କ ନୟାପଲ୍ଲୀ ସ୍ଥିତ ଘରେ ଚଢାଉ ହୋଇଛି। ପୂର୍ବରୁ ସିବିଆଇ ମଧ୍ୟ ଘଟଣାର ତଦନ୍ତ କରିଥିଲା। ଏହି ଠକେଇର ମୁଖ୍ୟ ଅଭିଯୁକ୍ତ ବିଜୟ ରାଉତଙ୍କୁ ମଧ୍ୟ ଗିରଫ କରାଯାଇଥିଲା ତାଙ୍କୁ ୪ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ। ଲୋକମାନଙ୍କୁ ଠକି ଯେଉଁ କୋଟି କୋଟି ଟଙ୍କା ଆୟ କରିଛନ୍ତି, ଏବେ ସେସବୁ ଖୋଳିକି ବାହାର କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ଇଡିର ଏହି କାର୍ଯ୍ୟାନୁଷ୍ଠାନ ଆଦର୍ଶ ଗ୍ରୁପ୍ ଦ୍ୱାରା କରାଯାଇଥିବା ଆର୍ଥିକ ଅନିୟମିତତା ଏବଂ ଠକେଇର ତଦନ୍ତର ଏକ ଅଂଶ ଭାବରେ ଆସିଛି। ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏହି ମାମଲାର ତଦନ୍ତ କରାଯାଇଥିଲା, କରି ନିବେଶକଙ୍କଠାରୁ ସଂଗୃହୀତ ପାଣ୍ଠିର ବଡ଼ ଧରଣର ଅପବ୍ୟବହାରର ପର୍ଦ୍ଦାଫାସ କରିଥିଲା। ଅଧିକାରୀମାନେ କହିଛନ୍ତି ଯେ ଏହି ଚଢାଉ ମନି ଲଣ୍ଡରିଂ ସହିତ ଜଡିତ ପ୍ରମାଣ ସଂଗ୍ରହ ଏବଂ ଚିଟ୍ ଫଣ୍ଡ କାର୍ଯ୍ୟର ଆର୍ଥିକ ଟ୍ରାଏଲ୍ ଖୋଜିବା ପାଇଁ ଏହି ଚଢ଼ାଉ କରାଯାଇଛି। ଚଢାଉ ଚାଲିଥିବାରୁ ଅଧିକ ବିବରଣୀ ଅପେକ୍ଷା କରାଯାଇଛି।