ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନର ଦ୍ୱିତୀୟ ଦିନ ସୁରୁଖରେ ଚାଲିଛି । ପ୍ରଶ୍ନକାଳ ସ୍ୱାଭାବିକ ରହିଛି । ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆଜି ରାଜ୍ୟ ସରକାର ୨୦୨୫-୨୬ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।
ଗତକାଲି ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିଥିଲେ । ରାଷ୍ଟ୍ରପତି ନିଜର ଅଭିଜ୍ଞତା ବାଣ୍ଟିବା ସହିତ ନିଜ ଆଚରଣ ଓ ଉଚ୍ଚାରଣରେ ସଂଯମତା ରଖିବାକୁ ଗୃହର ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ।