ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ୫୫ ନମ୍ବର ଏନଏଚ ଗୋବିନ୍ଦପୁର ନିକଟରେ ଏକ ଅଘଟଣ ଘଟିଯାଇଛି । ସ୍କୁଟିକୁ ଏକ ଟ୍ରକ ଧକ୍କା ଦେଇଛି । ଯାହା ତିନି ଜଣ ଯବକଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ସ୍କୁଟିକୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ସ୍କୁଟିରେ ଥିବା ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ଏନେଇ ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଯବକଙ୍କ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଛି । ତେବେ ଦୁର୍ଘଟଣା ଗ୍ରସ୍ତ ଗାଡିଟି କଟକ ମାହାଙ୍ଗା ଅଂଚଳର ବୋଲି ଜଣାପଡିଥିବା ବେଳେ ମୃତ ଯବକଙ୍କ ପରିଚୟ ମିଳି ପାରିନାହିଁ ।