କଟକରୁ ନକଲୀ ଫାଭିପିରାଭିର ଜବତ,ଉତ୍ତରପ୍ରଦେଶ ଲିଙ୍କ୍ ନେଇ ତଦନ୍ତ ଜାରୀ
Khabar Odisha:duplicate-Favipiravi-seized-from-Cuttack-Uttar-Pradesh-link-under-investigation

କଟକ, ଜୁନ୍ ୧୧(ଖବର ଓଡ଼ିଶା): ଆଜି କଟକରୁ ଏକ ସ୍ୱତନ୍ତ୍ର ଡ୍ରଗ୍ କଣ୍ଟ୍ରୋଲ୍ ସ୍କ୍ବାଡ୍ ଏକ ଔସଧ ଦୋକାନରେ ଚଢାଉ କରି କୋଭିଡ୍ ଚିକିତ୍ସା ପାଇଁ ନିର୍ଦ୍ଧାରିତ ପ୍ରାୟ ୧୭,୦୦୦ ନକଲି ଆଣ୍ଟି-ଭାଇରାଲ୍ ଔଷଧ ଫାଭିପିରାଭିର ଜବତ କରିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଡ୍ରଗ୍ କଣ୍ଟ୍ରୋଲର ଆନନ୍ଦ ଶଙ୍କର ଦାସ।

ସୂଚନା ଅନୁଯାୟୀ କନିକା ଛକୁର ଏକ ମେଡିସିନ୍ ଦୋକାନରୁ ୧୭୦ ବାକ୍ସରେ ପ୍ୟାକ୍ ହୋଇଥିବା ଡ୍ରଗ୍ସ ସାମଗ୍ରୀ ଜବତ କରାଯାଇଥିଲା।

ଏପରି ନକଲି ଔଷଧ ବିକ୍ରୟ ସଂପର୍କରେ ପୁର୍ବରୁ ପାଇଥିବା ସୂଚନା ମୁତାବକ ଏହି ଚଢାଉ କରାଯାଇଥିଲା। ଓଡ଼ିଶାର ଖୋଲା ବଜାରରେ ଷ୍ଟକ୍ ରିଲିଜ୍ ହେବା ପୂର୍ବରୁ ଏହି ନକଲୀ ଔଷଧ ଜବତ କରାଯାଇଛି।

ପ୍ରାଥମିକ ଅନୁସନ୍ଧାନ ଜଣା ପଡିଛି ଯେ ଔଷଧ ଦୋକାନର ମାଲିକ ଗ୍ୱାଲିଅରକୁ ଷ୍ଟକ୍ ର କିଛି ଅଂଶ ପଠାଇଛନ୍ତି। ଏ ନେଇ ମଧ୍ୟପ୍ରଦେଶ ପ୍ରତିପକ୍ଷଙ୍କୁ ସୂଚନା ପ୍ରଦାନ କରାଯାଇଛି। ସମ୍ପୃକ୍ତ ଔଷଧ ଦୋକାନ ଦ୍ୱାରା ଉତ୍ତରପ୍ରଦେଶରୁ ନକଲୀ ଫାଭିପିରାଭିର ଔଷଧ କିଣାଯାଇଛି।

ଆମର ତଦନ୍ତ ଜାରି ରହିଛି। ଆମେ ଉତ୍ତରପ୍ରଦେଶ ସରକାରଙ୍କ ସହ ଆଲୋଚନା କରିବୁ। ଆମେ ଜବତ ହୋଇଥିବା ନକଲୀ ଫାଭିପିରାଭିର ଟାବଲେଟର ନମୁନା ପରୀକ୍ଷା ପାଇଁ ପଠାଇବୁ ବୋଲି ଦାସ କହିଛନ୍ତି।

  • Tags:

Subscribe

National International State Sports Entertainment