କେନ୍ଦୁଝର: ଓଡ଼ିଆ ନବ ବର୍ଷରେ ଘଟଗାଁ ମାତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମା ତାରିଣୀଙ୍କ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଡିପିଆର୍ ପ୍ରସ୍ତୁତ କରାଯାଇଥିବା ବେଳେ ଖୁବଶିଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ଦିନିକିଆ ଗସ୍ତରେ କେନ୍ଦୁଝର ଆଜି ପ୍ରଥମେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଦର୍ଶନ ଲାଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ମାଙ୍କ ଦର୍ଶନ ଲାଭ କରି କେନ୍ଦୁଝର ଜିଲ୍ଲା ଓ ଓଡ଼ିଶାର ବିକାଶ ପାଇଁ ମଙ୍ଗଳ ମନାସିବା ସହ ସର୍ବୋପରି, ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଉନ୍ନତି ସହ , ସୁନାର କେନ୍ଦୁଝର ଜିଲ୍ଲା ପାଇଁ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଅନ୍ୟପକ୍ଷରେ, ଖୁବ୍ ଶୀଘ୍ର ତାରିଣୀ ମନ୍ଦିର ଓ ମନ୍ଦିର ପାରିପାର୍ଶ୍ବିକ ବିକାଶ କାର୍ୟ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି । ମା ତାରିଣୀଙ୍କ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଡିପିଆର୍ ପ୍ରସ୍ତୁତ ହୋଇଥିବା କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି ।