ମାଲକାନଗିରି : ପୋଡ଼ାଜଳା ପରେ ଏମ୍ଭି-୨୬ଗାଁ ଛାଡ଼ୁଛନ୍ତି ଗ୍ରାମବାସୀ। ମାଲକାନଗିରିରେ ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା ଗାଁ ବିବାଦ ଯାହା ଦ୍ବାରା ସମଗ୍ର ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଏମଭି-୨୬ ଗାଁରେ ଭଙ୍ଗାରୁଜା ଓ ପୋଡ଼ାଜଳା ସହ ସବୁ ଛାରଖାର୍ ହୋଇଛି।
ସୂଚନାଯୋଗ୍ୟ ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହେବା ପରେ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ରବିବାର ଏହି ଘଟଣାକୁ ନେଇ ଦୁଇଟି ଯାକ ଗାଁ ମୁହାଁମୁହିଁ ହେବା ସହିତ ଗୋଟିଏ ଗାଁର ଲୋକେ ଅନ୍ୟ ଗାଁର ଜଣେ ବ୍ୟକ୍ତିଙ୍କ ଘର ଓ ପାଳଗଦାରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତାଙ୍କୁ କିଏ ହତ୍ୟା କରିଛି ତାହାକୁ ନେଇ ଏମଭି-୨୬ ଏବଂ ରାଖାଲଗୁଡା ଗ୍ରାମ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସମଗ୍ର ଅଞ୍ଚଳରେ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।