ଦେବ ଦମ୍ପତ୍ତିଙ୍କ ଯୁଗଳ ବେଶ ଦର୍ଶନ ପାଇଁ ଲାଗିଛି ଶୈବପୀଠରେ ଭିଡ଼
Khabar Odisha:devotee-gather-to-see-loard-sibha-and-parvati
ଖବର ଓଡିଶା : 26/05/2023:

ସମ୍ବଲପୁରରେ ଚାଲିଛି ଶୀତଳଷଷ୍ଠୀର ଧୂମ୍ । ସରିଲା ଦେବ ଦମ୍ପତ୍ତିଙ୍କ ବାହାଘର । ବିବାହ ବନ୍ଧନରେ ବାନ୍ଧି ହେଲେ ଦେବଦେବ ମହାଦେବ ଓ ମା' ପାର୍ବତୀ । ରୁଦ୍ର ରୂପ ତ୍ୟାଗ କରି ଶାନ୍ତ ଓ ଶୀତଳ ହୋଇଛନ୍ତି ଦେବଦେବ ମହାଦେବ । ଜଗତଜନନୀ ମାତା ପାର୍ବତୀଙ୍କ ସହ ମହାଦେବଙ୍କ ବିବାହ ଉତ୍ସବ ପାଇଁ ଚଳଚଞ୍ଚଳ ବିଭିନ୍ନ ସହର ।  ଦେବ ଦମ୍ପତ୍ତିଙ୍କ ଯୁଗଳ ବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ । ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ପାଇଁ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ମଧ୍ୟରାତ୍ରରୁ ଯୁଗଳବନ୍ଦୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଭକ୍ତ । ବୁଧବାର ମଧ୍ୟରାତ୍ରରେ ଦେବବିବାହ ସମ୍ପନ୍ନ ହେବା ସହ ଆରମ୍ଭ ହୋଇଛି ଶୀତଳଷଷ୍ଠୀ ମହୋତ୍ସବ ।

ସମସ୍ତ ଶୈବପୀଠରେ ଦେବ ଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ଆଶୀଷ ପାଇବା ସହିତ ମଧ୍ୟରାତ୍ରରେ ଦେବଦମ୍ପତିଙ୍କ ଯୁଗଳବନ୍ଦୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ନନ୍ଦପଡାର ବରାଡ ବାଲୁଙ୍କେଶ୍ବର, ଝାଡୁଆପଡାର ଶ୍ରୀଶ୍ରୀ ବାବା ଲୋକନାଥ, ମୁଦିପଡ଼ା ମନ୍ଦିରରୁ ଜାଗେଶ୍ବର ବାବା, ଠାକୁରପଡା ଗୁପ୍ତେଶ୍ବର ବାବା, ବଡ ବଜାରର ଶୀତଳେଶ୍ବର , ବାଲିବନ୍ଧାର ସୋମନାଥବାବାଙ୍କ ପୀଠରେ ଯୁଗଳ ବନ୍ଦୀ ଦର୍ଶନ ସହ ସ୍ବତନ୍ତ୍ର ଦେବ ବିବାହ ନୀତି ଦେଖିବାକୁ ପ୍ରବଳ ଜନସମାଗମ ହେଉଛି। ବାଜା, ବାଣ ଓ  ରୋଷଣୀରେ କମ୍ପୁଛି ସହର। ଅପୂର୍ବ ଦୃଶ୍ୟକୁ ଆଖିପୁରାଇ ମନଭରି ଉପଭୋଗ କରୁଛନ୍ତି ଭକ୍ତ । 

କେବଳ ସମ୍ବଲପୁର ନୁହେଁ ଭୁବନେଶ୍ୱରରେ ବି  ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମହାପ୍ରଭୁ ଲିଙ୍ଗରାଜ ଓ ମା ପାର୍ବତୀ । ସେଥିପାଇଁ ଉତ୍ସବମୁଖର ହୋଇଥିଲା ପରିବେଶ, ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର । ନିଜ ବରଯାତ୍ରୀଙ୍କୁ ଧରି  କେଦାର ଗୌରୀ ମନ୍ଦିରରେ ପହଞ୍ଚିଥିଲେ ପ୍ରଭୁ ଲିଙ୍ଗରାଜ । ପୁରା ରୀତିନୀତିରେ ଶିବ ବିବାହ ଅନୁଷ୍ଠିତ ହୋଇଛି । ଶାନ୍ତି ଶୃଙ୍ଖଳାରେ ପ୍ରସେସନ୍ ହୋଇଥିଲା ବେଳେ ଡିଜେ ସମ୍ପୂର୍ଣ୍ଣ ବାରଣ ରହିଥିଲା । 

Subscribe

National International State Sports Entertainment