ପୁରୀ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପୁରୀରେ ଚତୁର୍ଦ୍ଧାମୂର୍ତ୍ତି ମହାସ୍ନାନ କରିଛନ୍ତି । ଶଙ୍ଖ, ହୁଳହୁଳି, ହରିବୋଲ, ଖୋଳତାଳରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦିବ୍ୟଲୀଳା ଦେଖିବାକୁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି । ସେତେ ଯେମିତି ଭକ୍ତ ଓ ଭଗବାନଙ୍କ ମିଳନ ହେଉଛି । ସେପଟେ ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ସୁବୁକିଛି ସୁରୁଖୁରେ ଚାଲିଥିବା, ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।
ଜିଲ୍ଲାପାଳ କହିଛନ୍ତି, ମହାପ୍ରଭୁଙ୍କ ପହଣ୍ଡି ଓ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ସବୁକିଛି ସଠିକ୍ ଭାବେ ଚାଲିଛି । ଭକ୍ତମାନେ ବଡ଼ଦାଣ୍ଡରୁ ଦିଅଁଙ୍କ ଦର୍ଶନ କରିଛନ୍ତି । ସବୁକିଛି ଶୃଙ୍ଖଳିତଭାବରେ ଚାଲିଛି । ଏହା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଛନ୍ତି ।
ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି । ସମ୍ପୂର୍ଣ୍ଣ ଶ୍ରୀମନ୍ଦିରକୁ AI ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଏହା ସହିତ ପୂରା ସହରରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।