ନୂଆଦିଲ୍ଲୀ: ଆତଙ୍କବାଦଙ୍କୁ ଦୃଢ଼ରୁ ଦୃଢ଼ ଜବାକୁ ଦେବାକୁ ଭାରତୀୟ ପ୍ରତିରକ୍ଷା ବିଭାଗ ଆହୁରି ଶକ୍ତିଶାଳୀ ହେବ । ଯୁଦ୍ଧାସ୍ତ୍ର କ୍ରୟ ପାଇଁ ୨,୦୦୦ କୋଟିର ଅନୁଦାନକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରି ପ୍ରଦାନ କରିଛି ।
ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ଭାରତୀୟ ସେନାର ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରତିରକ୍ଷା ମନ୍ତ୍ରଣାଳୟ ଜରୁରୀକାଳୀନ କ୍ରୟ ବ୍ୟବସ୍ଥା ଅଧୀନରେ ୧୩ ଟି ଚୁକ୍ତିନାମା ସମାପ୍ତ କରିଛି । ସେନା ପାଇଁ ୧,୯୮୧.୯୦ କୋଟି ଟଙ୍କାର ଅନୁମୋଦନକୁ ୨,୦୦୦ କୋଟିର ଚୁକ୍ତିନାମାରେ ଚୂଡ଼ାନ୍ତ କରାଯାଇଛି ।
ଏହି ପଦକ୍ଷେପ ଦ୍ୱାରା ଫାଷ୍ଟ ଟ୍ରାକ୍ ମାଧ୍ୟମରେ କାର୍ଯ୍ୟକାରୀ ଆତଙ୍କବାଦୀ ବିରୋଧୀ କାର୍ଯ୍ୟରେ ନିୟୋଜିତ ସୈନିକଙ୍କ ପରିସ୍ଥିତିଗତ ସଚେତନତା, ପ୍ରାଣ ଘାତକତା, ଗତିଶୀଳତା ଏବଂ ସୁରକ୍ଷା ବୃଦ୍ଧି କରିବ । ଏହି ଅର୍ଥରାଶିରେ କିଣାଯାଉଥିବା ପ୍ରମୁଖ ଉପକରଣଗୁଡ଼ିକ ମଧ୍ୟରେ ରହିଛି, ଇଣ୍ଟେଗ୍ରେଟଡ୍ ଡ୍ରୋନ୍ ଡିଟେକ୍ସନ୍ ଏଣ୍ଡ୍ ଇଣ୍ଟରଡିକସନ୍ ସିଷ୍ଟମ ((IDDIS), ଲୋ ଲେବଲ୍ ଲାଇଟୱେଟ୍ ରାଡାର୍ ((LLLR), ଅତ୍ୟନ୍ତ କ୍ଷୁଦ୍ର ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ (VSHORADS) ଲଞ୍ଚର୍ ଓ ମିସାଇଲ୍, ଦୂରବର୍ତ୍ତୀ ପାଇଲଟେଡ୍ ଏରିଆଲ୍ ଯାନବାହନ (RPAV) , ଭର୍ଟିକାଲ୍ ଟେକ୍-ଅଫ୍ ଏବଂ ଲ୍ୟାଣ୍ଡିଂ (VTOL) ସିଷ୍ଟମ, ବିଭିନ୍ନ ପ୍ରକାର ଡ୍ରୋନ୍, ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ବାଲିଷ୍ଟିକ୍ ହେଲମେଟ୍, ଭାରୀ ଓ ମଧ୍ୟମ ଧରଣର କ୍ୱିକ୍ ରିଆକ୍ସନ୍ ଫାଇଟିଂ ଯାନ (QRFV) ଏବଂ ରାଇଫଲ୍ସ । ଏହି ଯୁଦ୍ଧାସ୍ତ୍ର ଭବିଷ୍ୟତର ଆତଙ୍କବାଦୀ ବିରୋଧୀ ଅଭିଯାନରେ ସେନାକୁ ମଜବୁତ କରିବ ବୋଲି ଆଶା ରଖାଯାଇଛି ।