ନୂଆଦିଲ୍ଲୀ: କଂଗ୍ରେସ ସାଂସଦଙ୍କ ବେକରୁ ଚେନ୍ ଲୁଟିବା ଘଟଣାରେ ଦିଲ୍ଲୀ ପୋଲିସ୍ ଅଭିଯୁକ୍ତ ଧରିବାରେ ସଫଳ ହୋଇଛି । ପୋଲିସ ସାଂସଦ ଆର୍. ସୁଧା ରାମକ୍ରୀଷ୍ଣନଙ୍କ ଲୁଟ୍ ହୋଇଥିବା ଚେନକୁ ମଧ୍ୟ ଜବତ କରିଛି । ଏ ନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି । ମାମଲାର ଯାଞ୍ଚ ଜାରି ରହିଛି ।
ଆର୍.ସୁଧା ତାମିଲନାଡ଼ୁ ମୟିଲାଦୁଥୁରଈ ଲୋକସଭା ଆସନରୁ ସାଂସଦ ଅଛନ୍ତି । ଗତ ଦୁଇ ଦିନ ତଳେ ଚାଣକ୍ୟପୁରୀ ଅଞ୍ଚଳରେ ଆର୍.ସୁଧା ପ୍ରାତଃ ଭ୍ରମଣ କରୁଥିବାବେଳେ ଜଣେ ଦୁର୍ବୃତ୍ତ ସ୍କୁଟିରେ ଆସି ତାଙ୍କ ଚେନ୍ ଝାମ୍ପି ନେଇଥିଲା । ଏ ନେଇ ସାଂସଦ ସୁଧା ଥାନାରେ ଅଭିଯୋଗ କରିବା ସହିତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଥିଲେ । ପୋଲିସ ସମ୍ପୃକ୍ତ ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଲୁଟେରାକୁ ଧରିବାରେ ସଫଳ ହୋଇଛି ।