ବଲାଙ୍ଗୀରରେ ନିର୍ବାଚନୀ ପ୍ରଚାର ଜୋର ଧରିଥିବାବେଳେ ପ୍ରଚାର ମୈଦାନରେ ଝିଅ ଓ ଜ୍ୱାଇଁ । ପାଟଣାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ତଥା ପାଟଣା ମହାରାଜା କନକ ବର୍ଦ୍ଧନ ସିଂହ ଦେଓ ଓ ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହ ଦେଓଙ୍କ ପାଇଁ ଭୋଟଭିକ୍ଷା କରିବା ପାଇଁ ଆସିଛନ୍ତି ଝିଅ ନିବୃତ୍ତି ସିଂ ମେୱାର ଓ ଜ୍ୱାଇଁ ଲକ୍ଷ୍ୟରାଜ ସିଂ ମେୱାର । ତେବେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଦୀର୍ଘ ୨୫ ବର୍ଷ ଧରି ବିଜେପି ର ଗଡ଼ ଥିବା ବେଳେ ଗତ ୨୦୧୯ ନିର୍ବାଚନ ରେ ଗଡ଼ଭେଦ କରିବାରେ ସକ୍ଷମ ହୋଇଥିଲା ବିଜେଡି । ସେହି ଗଡ଼ କୁ ଫେରାଇ ଆଣିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଥିବା ବେଳେ ପ୍ରଚାର ମୈଦାନରେ ଝିଅ ଜ୍ୱାଇଁ ଭୋଟ ଭିକ୍ଷା କରୁଛନ୍ତି । ଝିଅ ଓ ଜ୍ୱାଇଁ ଦୁହେଁ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଭେଟିବା ସହିତ ବିଭିନ୍ନ ଜାଗାରେ ମହିଳା ସମାବେଶ କରି ଭୋଟଭିକ୍ଷା କରୁଛନ୍ତି । ତେବେ କନକ ବର୍ଦ୍ଧନ ସିଂଦେଓଙ୍କ ପାଇଁ ତାଙ୍କ ଜ୍ୱାଇଁ ସୁଦୂର ରାଜସ୍ଥାନର ଉଦୟପୁରରୁ ଆସି ବଲାଙ୍ଗୀରରେ ପହଞ୍ଚିଛନ୍ତି ।
ଅଧିକ ପଢନ୍ତୁ : କଟକରେ ଅମିତ ଶାହଙ୍କ ରୋଡ ଶୋ: ଗୋପବନ୍ଧୁ ବାଗ୍ରୁ ଆରମ୍ଭ, ଚଣ୍ଡୀମନ୍ଦିର ପାଖରେ ଶେଷ