ମୟୁରଭଞ୍ଜ ଜିଲ୍ଲାରେ ଜାରି ରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା। ଏପରିକି ଆଜି ମଧ୍ୟ ଘଡଘଡି ବିଜୁଳି ସହିତ ବର୍ଷାର ପରିମାଣ ବଢିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଏଥିପାଇଁ ଆଜି ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ଏପରିକି ସମସ୍ତ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ହେମକାନ୍ତ ସୟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଜିଠାରୁ ସୋମବାର,ମଙ୍ଗଳବାର ଓ ବୁଧବାର ୩ ଦିନ ପର୍ଯ୍ୟନ୍ତ ଅଙ୍ଗନବାଡି ଓ ଦିନକ ପାଇଁ ସ୍କୁଲ ବନ୍ଦ ରହିବ ବୋଲି ସୂଚନା ଜାରି କରାଯାଇଛି। ତେବେ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଜିଲ୍ଲାପାଳଙ୍କ ଦ୍ୱାରା ସମସ୍ତ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।