କଟକ: କଟକ ରେଲୱେ ଷ୍ଟେସନ ପାଖରେ ମାଲ ବାହି ଟ୍ରେନ୍ ଲାଇନ୍ ଚୂତ । କଟକ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି । ଯେଉଁଥିରେ ତିନୋଟି ବଗି ଟ୍ରାକରୁ ଖସିଯାଇଥିବା ଜଣାପଡିଛି । ସକାଳ ଆଠଟା ରୁ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଘଟଣା ପାଇଁ ଅନ୍ୟ ଟ୍ରେନ ଗୁଡ଼ିକ ଯାତାୟତ ସମୟରେ କିଛି ପରିବର୍ତ୍ତନ ହୋଇଥିବା ଜଣାପଡିଛି ।
ଟ୍ରାକ ଡିଫେକ୍ଟ୍ , ବଗି ରେ ମାଲ୍ ଓଭର୍ ଲୋଡ଼ିଂ , ଓଭର ସ୍ପିଡ୍ କିମ୍ବା ଟେକ୍ନିକାଲ ଫଲ୍ଟ ଏହି ତିନୋଟି କାରଣରୁ ଟ୍ରେନ ଲାଇନ୍ ଚ୍ୟୁତ ହୋଇଥାଇ ପାରେ ବୋଲି ମତାମତ ଦେବା ସହ ଦିନ ୩ ଟା ସୁଦ୍ଧା ଲାଇନ୍ କ୍ଲିଅର୍ ହେବ ବୋଲି ଆସିଷ୍ଟାଣ୍ଟ ଡିଭିଜନାଲ ରେଲୱେ ମ୍ୟାନେଜର ଶୁଭ୍ରଜିତ ମଣ୍ଡଳ ପ୍ରତିକ୍ରିୟା ଦେଇଛନ୍ତି। ଏହା ସହ କହିଛନ୍ତି ଯାଞ୍ଚ ଜାରି ରହିଛି ଯାହାର ଅବହେଳା ସାମନାକୁ ଆସିବ ପଦକ୍ଷେପ ନିଆଯିବ ।