ଭୁବନେଶ୍ୱର: ଧାନ କିଣାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନ୍ରୁ ଧାନ କିଣିବେ ସରକାର । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଧାନ ବିକିବାକୁ ଥିବା ଚାଷୀଙ୍କୁ ଆଜି ଆଖି ସ୍କାନ୍ କରିବାକୁ ପଡ଼ିବ । ଫଳରେ ପରବର୍ତ୍ତୀ ସମୟରେ ସରକାର ଧାନ କିଣିବେ ।
ସରକାର ୧୯ ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ କିଣି ସାରିଲେଣି । ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ୍ ଟନ୍ କିଣା ଯାଇଥିଲା, ଚଳିତ ବର୍ଷ ଅଧିକ କିଣା ଗଲାଣି । ତଥାପି ସମସ୍ତଙ୍କର ଧାନ କିଣା ଯିବ, ଟୋକନ୍ ଲାପ୍ସ ଯିବନି । ଚାଷୀମାନେ ଚିନ୍ତା କରନ୍ତୁ ନାହିଁ । ସରକାର ଧାନ କିଣିବେ । ଏନେଇ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ସରକାର ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ଦେବାରୁ ବାହାରକୁ ଯାଉଥିବା ଧାନ ଓଡ଼ିଶାରେ ରହିଯାଉଛି। ଫଳରେ ଧାନର ପରିମାଣ ବୃଦ୍ଧି ପାଉଛି । ଚାଷୀଙ୍କ ପରିଶ୍ରମ ବୃଥା ଯିବନି ସରକାର ଉପଯୁକ୍ତ ମୂଲ୍ୟ ଦେଇ ଧାନ କିଣିବେ ।