ଭୁବନେଶ୍ୱର : ବିଏମସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଘୋଷାଡି ଘୋଷାଡି ମାଡ଼ ମରାଯିବା ଘଟଣାରେ ଦୃଢ଼ ନିନ୍ଦା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ସୋସିଆଲ୍ ମିଡିଆରେ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସାଂସଦ କହିଛନ୍ତି କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଏଭଳି ଆକ୍ରମଣକୁ ନିନ୍ଦା କରୁଛି। ଏପରି କାର୍ଯ୍ୟ ଓ ବିଚାରଧାରା ସହ ବିଜେପି ସଂଶ୍ଳିଷ୍ଟ ନୁହେଁ। ଦୁର୍ବୃତ୍ତଙ୍କ ବିରୋଧରେ ଆଇନଗତ ତଥା ଦଳୀୟ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଶୃଙ୍ଖଳା, ଅନୁଶାସନ ଓ ନିଷ୍ଠା ବିନା ସୁଶାସନ କିମ୍ବା ବିକାଶ ସମ୍ଭବ ନୁହେଁ।
ସୂଚନା ଥାଉକି ଆଜି ବିଏମସି ଅଫିସ ଚାମ୍ବରରେ ଜନ ଶୁଣାଣି ସମୟରେ ଅତିରିକ୍ତ କମିଶନରଙ୍କୁ ପଶି ଆକ୍ରମଣ କରିଛନ୍ତି କିଛି ଦଳୀୟ କର୍ମୀ। କଲର ଧରି ରତ୍ନାକର ସାହୁଙ୍କୁ ବାହାରକୁ ଘୋଷାଡ଼ି ଆଣିଥିଲେ ଯାହାର ମାଡ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଏହି ଘଟଣାରେ ୩ ଜଣ ଗିରଫ ମଧ୍ଯ ହୋଇ ସାରିଲେଣି।