ପାରାଦ୍ଵୀପ: ଖବର ଓଡ଼ିଶାରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ଼ରେ ପାରାଦ୍ଵୀପ ପୋଲିସ୍। ଛାନିଆରେ ବେଆଇନ ଭାବେ ବସବାସ କରୁଥିବା ଶହ ଶହ ବାଂଲାଦେଶୀ।ପାରାଦୀପ ରେ ଆରମ୍ଭ ହୋଇଛି ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା । ପାରାଦୀପ ଲକପଡା ଅଞ୍ଚଳରେ ବସବାସ କରୁଥିବା ବଙ୍ଗଳା ଭାଷାଭାସି ସଂଖ୍ୟାଲଘୁ ସମ୍ପ୍ରଦାୟର ପାଖପାଖି କୋଡିଏରୁ ଉର୍ଧ୍ୱ ପୁରୁଷ ମହିଳା ମାନଙ୍କୁ ପାରାଦୀପ ଆଦର୍ଶ ଥାନା ପୋଲିସ ତରଫରୁ ସେମାନଙ୍କ ବିଭିନ୍ନ କାଗଜପତ୍ର, ଜମିପଟା, ଭୋଟରପରିଚୟପତ୍ର, ଆଧାରକାର୍ଡ ଇତ୍ୟାଦି ଯାଞ୍ଚ କରାଯାଇଛି । ଏମାନେ କେବେଠାରୁ ଆସି ପାରାଦୀପ ଲକପଡା ରେ ବସବାସ କରୁଛନ୍ତି ଏ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।
ତେବେ ଗତକାଲି ଏରସମା ଅଞ୍ଚଳରୁ ଆଠଜଣ ଙ୍କୁ ପାରାଦୀପ ପୋଲିସ ସହାୟତାରେ ଅଠରବାଙ୍କୀ ଆଶ୍ରୟସ୍ଥଳୀ ରେ ରଖାଯିବା ସହିତ ସେମାନଙ୍କ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଉପକୂଳ ଅଞ୍ଚଳରେ ବଙ୍ଗଳାଭାଷୀ ଲୋକମାନେ ବସବାସ କରୁଥିବା ବେଳେ ଏମାନଙ୍କ ମଧ୍ୟରେ ବାଂଲାଦେଶୀ ଲୋକ ରହୁଥିବା ଆଶଙ୍କା ସୃଷ୍ଟି କରି ସଂଖ୍ୟାଲଘୁ ବଙ୍ଗଳାଭାଷୀ ଲୋକମାନଙ୍କୁ ପ୍ରଶାସନ ତରଫରୁ ଯାଞ୍ଚ ଆରମ୍ଭ କରାଯାଇଛି । ତେବେ ଲକପଡା ଅଞ୍ଚଳ ଏହି ବଙ୍ଗଳାଭାଷୀ ସଂଖ୍ୟାଲଘୁ ସମ୍ପ୍ରଦାୟ ର ଲୋକେ ଦୀର୍ଘବର୍ଷ ହେବ ପାରାଦୀପ ରେ ବସବାସ କରୁଥିବା ନେଇ ପ୍ରକାଶ କରିବା ସହିତ ଆମର ଘର ପଶ୍ଚିମବଙ୍ଗ ଅଞ୍ଚଳରେ ବୋଲି ପ୍ରକାଶ କରିଛନ୍ତି। l ହେଲେ ପ୍ରଶାସନ ତରଫରୁ ଏହିଭଳି ଯାଞ୍ଚ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରାଗଲେ ନିଶ୍ଚିତ ଭାବରେ ବାଂଲାଦେଶୀ ନାଗରିକ ଚିହ୍ନଟ ହେବେ ବୋଲି ପାରାଦୀପ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।