ପୁରୀ: ଆଜି ପୁରୀ ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କର ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବା । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରାୟ ୫ ଘଣ୍ଟା ଧରି ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ଅନ୍ୟପକ୍ଷରେ ଦର୍ଶନ ପାଇଁ ଶ୍ରୀନ୍ଦିର ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଭିଡ଼ ଜମାଇଛନ୍ତି ।
ଆଜି ଶ୍ରୀଜୀଉଙ୍କ ଖସାପଡ଼ା ଲାଗି ନୀତି ହେବ । ମହାପ୍ରଭୁଙ୍କ ଦଇତାପତି ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି । ଏହା ଶ୍ରୀଅଙ୍ଗ ସୁରକ୍ଷା ନୀତି ଅଟେ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଏହି ସ୍ୱତନ୍ତ୍ର ବିଧି ହେବ । ଏହି ନୀତି ପାଳନ ହେବାର ପୂର୍ବଦିନରୁ ଦେଉଳକରଣ ସେବାୟତମାନେ ଧଳାକନା ସଫା କରି ଶୁଖାଇ ଗାରଦରେ ଜମା ଦେଇଥାନ୍ତି । ଏଥିସହ ଶୁଦ୍ଧ ସୁଆର ଖଳି, କଇଁଥ ଅଠା ମଧ୍ୟ ଯୋଗାଇଥାନ୍ତି । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଜୟ ବିଜୟ ଦ୍ୱାରକୁ ବନ୍ଦ କରାଯାଇଥାଏ । ବେହେରଣ ଦ୍ୱାର ଦେଇ ଦଇତାପତିମାନେ ଶ୍ରୀମନ୍ଦିର ଗର୍ଭଗୃହରେ ପହଞ୍ଚି ମହାପ୍ରଭୁଙ୍କର ଖସାପଡା ନୀତି ସମ୍ପନ୍ନ କରିଥାନ୍ତି । ଏହା ଠାକୁରଙ୍କ ଏକ ଗୁପ୍ତ ନୀତି ଓ ବର୍ଷକେ ଏକାଧିକ ଥର ସମ୍ପନ୍ନ ହୁଏ ।
ଏହି ନୀତି ସମୟରେ ମହାପ୍ରଭୁଙ୍କ ଦର୍ଶନ କଟକଣା ରହିବ । ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ଯାଏଁ ଏହି ନୀତି ଚାଲିବ । ପରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ଆରମ୍ଭ ହେବ ।