ଭୁବନେଶ୍ୱର: ପୁଣି ବଢ଼ିଲା ସାରଥିଙ୍କ ଅଡ଼ୁଆ। ସାରଥି ବାବାଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ। ୨୦୧୫ ମସିହାରେ କ୍ରାଇମବ୍ରାଞ୍ଚ ଦ୍ୱାରା ରୁଜୁ ହୋଇଥିବା ଏକ ମାମଲା ସହିତ ସମ୍ପୃକ୍ତ ଆତ୍ମଘୋସିତ ଧର୍ମଗୁରୁ ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କ ବିରୋଧରେ କଟକର ଏକ ନିଯୁକ୍ତ ଅଦାଲତ ଚାର୍ଜଫ୍ରେମ୍ କରିଛି। ଆସନ୍ତା ଜାନୁଆରୀ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କଟକ ସ୍ୱତନ୍ତ୍ର ଏସ୍ ସି ଏସ୍ ଟି କୋର୍ଟରେ ଚାର୍ଜଫ୍ରେମ ଦାଖଲ ହୋଇଛି। ପ୍ରକାଶ ଯୋଗ୍ୟ ଯେ ,କ୍ରାଇମବ୍ରାଞ୍ଚର ମୂଳ ମାମଲାରେ ଚାର୍ଜଫ୍ରେମ ହୋଇଥିଲା ଦାଖଲ ।
ଏହି ଆତ୍ମଘୋଷିତ ବାବାଙ୍କ ବିରୁଦ୍ଧରେ ଆଇପିସିର ବିଭିନ୍ନ ଧାରା, ଅସ୍ତ୍ରଶସ୍ତ୍ର ଆଇନ-୧୯୫୯ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ-୧୯୮୯ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଡିସେମ୍ବର ୨୦୧୫ରେ କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଠକେଇ, ଷଡ଼ଯନ୍ତ୍ର ରଚିବା, ଜାଲିଆତି, ଧମକ, ଅପରାଧିକ ଷଡ଼ଯନ୍ତ୍ର ଏବଂ ଧାର୍ମିକ ଭାବନାକୁ ଆଘାତ କରିବା ଆଦି ଅଭିଯୋଗ ଆସିଥିଲା।
ଅଧିକ ପଢନ୍ତୁ: ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ; ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ