ଭୁବନେଶ୍ୱର: ଆଠଟି କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ। ଏନେଇ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଗୃହରେ ଉତ୍ତର ରଖିଛନ୍ତି। ଗୃହରେ ଆଜି ପ୍ରଶ୍ନକାଳ ଚାଲିଥିବା ବେଳେ ପାଟକୁରା ବିଧାୟକ ଅରବିନ୍ଦ ଅଗ୍ରୱାଲ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କେତେ ଜଣ ମହିଳା ଛାତ୍ରୀଙ୍କୁ ନିର୍ଯାତନା ଏବଂ ଶାରୀରିକ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି? ସରକାର କେଉଁ କେଉଁ ବର୍ଗରେ ଅର୍ଥାତ ବିଦ୍ୟାଳୟ, କଲେଜ, ବିଶ୍ୱ ବିଦ୍ୟାଳୟ ସ୍ତରରେ କେତେ ଅଭିଯୋଗ ହୋଇଛି ତାର ସୂଚନା ଦେବେ କି ବୋଲି ପ୍ରଶ୍ନ କରିଥିଲେ ଏବଂ ଏଥିପାଇଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ବିସ୍ତୃତ ସୂଚନା ଦେବାକୁ କହିଥିଲେ।
ଉତ୍ତରରେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି,"ରାଜ୍ୟର ୮ଟି କଲେଜରୁ ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ ଆସିଥିଲା । ରାଉରକେଲା ସ୍ୱୟଂଶାସିତ କଲେଜରୁ ୩ ଘଟଣା ସାମ୍ନାକୁ ଆସିଛି। ଏଥିସହ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରୁ ଗୋଟିଏ ଘଟଣା ସାମ୍ନାକୁ ଆସିଥିଲା। ସେହିଭଳି ଯାଜପୁର ବାଲିଆ କଲେଜରୁ ଗୋଟିଏ, ଅନୁଗୁଳ, ବରଗଡ଼ ଓ ଟିଟିଲାଗଡ଼ରୁ ଗୋଟିଏ ଲେଖାଏଁ ଅଭିଯୋଗ ଆସିଛି। ସେହିପରି ବାଲେଶ୍ୱର ଏଫଏମ କଲେଜରୁ ବି ଗୋଟିଏ ଅଭିଯୋଗ ଆସିଛି। ୭ଟି ଘଟଣାରେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ଗୋଟିଏ କଲେଜରୁ ରାଗିଂ ଅଭିଯୋଗ ଆଣିଛନ୍ତି ଛାତ୍ରୀ"।
ଅଧିକ ପଢନ୍ତୁ: ମୋ ବାପା ଜୀବିତ ଅଛନ୍ତି ବୋଲି କୌଣସି ପ୍ରମାଣ ନାହିଁ: ଇମ୍ରାନ ଖାନଙ୍କ ପୁଅ