ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ମ୍ୟାଚ୍ ସିରିଜରେ ଭାରତ ୦-୨ରେ ପରାଜୟ ଭୋଗିଛି । ଏହାକୁ ନେଇ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ଖୁବ୍ ସମାଲୋଚନାର ଶିକାର ହେବାକୁ ପଡୁଛି । କାରଣ ଗମ୍ଭୀରଙ୍କ ଅମଳରେ ଭାରତୀୟ ଟେଷ୍ଟ ଦଳ ଦୟନୀୟ ସ୍ଥିତି ଦେଇ ଗତି କରୁଛି । ଦଳରେ କୌଣସି ସ୍ଥିରତା ନାହିଁ । ଉଚିତ୍ ଖେଳାଳିଙ୍କ ଚୟନ ହେଉନାହିଁ । ଏସବୁ ପରେ ବି ଗମ୍ଭୀର ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଦଳ ଟ୍ରାଞ୍ଜିସନ ପିରିୟଡ ଦେଇ ଗତି କରୁଛି । ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବରିଷ୍ଠ କ୍ରିକେଟର ଏବି ଡିଭିଲିୟର୍ସ କହିଛନ୍ତି, ଇମୋସନାଲ ହେବା କୋଚଙ୍କ ପାଇଁ ଠିକ୍ ନୁହେଁ ।
ରବିଚନ୍ଦ୍ରନ ଅଶ୍ୱିନଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଡିଭିଲିୟର୍ସ ଗମ୍ଭୀରଙ୍କୁ ନେଇ ଖୋଲାଖୋଲି ନିଜର ମତ ରଖିଛନ୍ତି । ସେ ଏବଂ ଗମ୍ଭୀର ପ୍ରାୟ ଗୋଟିଏ ସମୟରେ କ୍ରିକେଟ୍ ଖେଳିଛନ୍ତି । ଦୁହେଁ ଖେଳାଳି ଭାବେ ପରସ୍ପରକୁ ଅନେକ ଥର ସାମ୍ନାସାମ୍ନି କରିଛନ୍ତି । ଆପଇିଏଲରେ ମଧ୍ୟ ଦୁହେଁ ଦୀର୍ଘ ସମୟ ପରସ୍ପର ବିରୋଧରେ ଖେଳିଛନ୍ତି । ଡିଭିଲିୟର୍ସ ନିଜର ଏହି ଅନୁଭବ ଆଧାରରେ ଗମ୍ଭୀରଙ୍କ କୋଚିଂର ମୂଲ୍ୟାଙ୍କନ କରିବାକୁ ଉଦ୍ୟମ କରିଛନ୍ତି ।
ଡିଭିଲିୟର୍ସ କହିଛନ୍ତି, ଯେବେ ନେତୃତ୍ୱର କଥା ଉଠେ ଗମ୍ଭୀର କେମିତି ମୁଁ ଜାଣିନି । ଗମ୍ଭୀର ଜଣେ ଭାବ ବିହ୍ୱଳ ଖେଳାଳି ପରି ରହି ଆସିଛନ୍ତି । ଯଦି କୋଚ୍ ଭାବେ ଏମିତି ଭାବ ବିହ୍ୱଳ ହେବେ ତେବେ ତାହା ନିଜ ପାଇଁ ଏବଂ ଦଳ ପାଇଁ ଠିକ୍ ନୁହେଁ । ଏହା କହିବାର ଆବଶ୍ୟକତା ନାହିଁ ଯେ, ସେ ପରଦା ପଛରେ କେମିତି କୋଚ୍ ଅଛନ୍ତି । କିଛି ବି ଭୁଲ୍ ଠିକ୍ ରହି ନ ଥାଏ । କିଛି ଖେଳାଳି ପୂର୍ବତନ ଖେଳାଳିଙ୍କ ସହ ସହଜ ଅନୁଭବ କରନ୍ତି, ଆଉ କିଛି ସ୍ୱାଭାବିକ ହୋଇ ପାରନ୍ତି ନାହିଁ । କିନ୍ତୁ କିଛି ଖେଳାଳିଙ୍କ ପାଖରେ କୋଚିଂର ବହୁତ ଭଲ ଅନୁଭବ ରହିଥାଏ ।
ଡିଭିଲିୟର୍ସ ନିଜର ଉଦାହରଣ ଦେଇ କହିଛନ୍ତି, ମୋତେ ଗ୍ୟାରୀ କଷ୍ଟର୍ନଙ୍କ ପରି ଖେଳିବା ବହୁତ ସପନ୍ଦ ଥିଲା । ସେ ମଧ୍ୟ ଗମ୍ଭୀରଙ୍କ ପରି ପୂର୍ବତନ ଖେଳାଳି । କିଛି ଖେଳାଳିଙ୍କୁ ଏହା ଆତ୍ମ ବିଶ୍ୱାସ ରହିଥାଏ ଯେ, କୌଣସି ପୂର୍ବତନ ଖେଳାଳି ତାଙ୍କ ସହ ଅଛନ୍ତି । କାରଣ ଭଲ କୋଚ୍ ସର୍ବଦା ଖେଳାଳିଙ୍କ ସହ ରହିଥାଏ ବୋଲି ଗମ୍ଭୀର କହିଛନ୍ତି ।
Also read: WPL 2026 Auctionରେ ୬୭ ଜଣ ଖେଳାଳି ବିକ୍ରି ହେଲେ, ୧୧ ଜଣ କୋଟିପତି ହେଲେ