ଭୁବନେଶ୍ୱର: ବିଧାନସଭା ଆଜି ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଏକ ବଡ ପ୍ରସଙ୍ଗ କଥା ଉଠାଇଛନ୍ତି ବିରୋଧୀ। ଆଜି ସକାଳୁ ଭୁବନେଶ୍ୱର କେଭି-୩ ସ୍କୁଲ ସମ୍ମୁଖରେ ବୋମାମାଡ ହୋଇଥିଲା। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ହେଲେ ସ୍କୁଲ ସମ୍ମୁଖରେ କେଉଁ ଭଳି ପରିସ୍ଥିତି ଓ କିଏ ସେ ଦୁର୍ବୃତ୍ତ ବୋମାମାଡ କରିବାକୁ ସାହାସ କଲା ତାହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଘଟଣା ସତ୍ୟତା ଜଣାନ୍ତୁ ବୋଲି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ପ୍ରଶ୍ନ କହିଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ତଥ୍ୟ ସଂଗ୍ରହ କରିବେ ବୋଲି ବାଚସ୍ପତି ଗୃହରେ କହିଛନ୍ତି।
ଆଜି ସକାଳେ ଭୁବନେଶ୍ବରର ଗାଡ଼କଣରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଥିଲା ବୋମା। ସକାଳ ୮ ଟା ବେଳେ ବୋମା ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ଥରି ଉଠିଥିଲା। ଦୃର୍ବୃତ୍ତମାନେ ବୋମାକୁ ଅନ୍ୟ ଆଡ଼େ ନେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ପୁଲିସ ପହଞ୍ଚି ଛନଭିନ୍ କରୁଛି। କିଛି ବଡ ଅପରାଧ ପାଇଁ ବିସ୍ଫୋରକ ନେଇ ଯାଉଥିବା ଅନୁମାନ କରିଛି ପୁଲିସ। ତେବେ କିଏ କେଉଁଠାକୁ ଆଉ କେଉଁ ଆଡେ ବୋମା ନେଉଥିଲେ ତାର ପୁଲିସ ତନାଘନା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭିର ଯାଞ୍ଚ୍ ଚାଲିଛି।
ଅଧିକ ପଢନ୍ତୁ: ରାଜଧାନୀରେ ବଡ ଧରଣର ଇଡିର ଚଢାଉ