ଭୁବନେଶ୍ୱର: ଆଜି ବିଶ୍ୱ ଯୋଗ ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗମୟ ହୋଇଛି ସାରା ଜଗତ । ଏହି ଅବସରରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯାଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଯୋଗ ଦିବସ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ୟ୍ୟକ୍ରମରେ ସାମିଲ ହୋଇ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ।
ଯୋଗୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଦୈଦଦିନ ଜୀବନରେ ଯୋଗର ମହତ୍ୱ ଅଧିକ ରହିଛି । ଏହା କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ମାନସିକ ରୋଗରୁ ମୁକ୍ତି ଦେଇଥାଏ । ସେପଟେ କଟକ ଇଣ୍ଡୋର ଷ୍ଟାଡିୟମରେ ଯୋଗ ଦିବସ ପାଳିତ ହୋଇଛି । ଆଗାମୀ ଦିନରେ ଶିକ୍ଷାନୁଷ୍ଠାନା ଗୁଡ଼ିକରେ ଯୋଗକୁ ଗୁରୁତ୍ୱ ଦିଆଯିବ ।
ଚଳିତ ବର୍ଷର ଥିମ୍ ହେଉଛି “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” । ଯୋଗ ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍ ଭାବେ ହୁଏ। ତେବେ ଯୋଗ ଆମ ଶରୀର ପାଇଁ କେତେ ଉପକାରୀ ତାହା ଯଦି ଜଣେ ଠିକ୍ ଭାବରେ ହୃଦୟଙ୍ଗମ କରନ୍ତି, ତାହେଲେ ଏହି ଦିବସ ପାଳନ ସଫଳ ହୋଇପାରିବ।