ଚାପ ଖେଳିଲେ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁ Khabar Odisha :25/05/2024 Share story: ଜଗତସିଂହପୁର ଜିଲ୍ଲା ସଦରବ୍ଲକ ପଳାଶୋଳସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁଙ୍କ ପୀଠରେ ପବିତ୍ର ଅକ୍ଷୟ ଅକ୍ଷୟ ତୃତୀଯ ତୃତୀୟାଠାରୁ ୨୧ଦିନ ବ୍ୟାପି ଚନ୍ଦନ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଛି । ଏନେଇ ପଳାଶୋଳ ୟୁଥ ହେଲପିଙ୍ଗ ବୟ ଚାରିଖେ ରିଟେବୁଲ ଟ୍ରଷ୍ଟ ଏବଂ ଚନ୍ଦନ ଯାତ୍ରା ପରିଚାଳନା କମିଟିର ମିଳିତ ସହଯୋଗରେ ଚନ୍ଦନ ପୁଷ୍କରଣୀରେ ମହାପ୍ରଭୁଙ୍କ ଚାପ ଖେଳ ଅନୁଷ୍ଠିତ ହୋଇଛି। ବୈଶାଖ , ବର୍ଷା, ଶୀତ , ବସନ୍ତ ଋତୁକୁ ଯେପରି ମଣିଷ ଅନୁଭବ କରିପାରନ୍ତି । ସେହିପରି ଠାକୁରମାନେ ମଧ୍ୟ ଅନୁଭବ କରିଥାନ୍ତି । ତେଣୁ ପ୍ରବଳ ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ଚନ୍ଦନ ପୋଖରୀର ସୁଶୀତଳ ଜଳରାଶିରେ ଚାପ ଖେଳିଛନ୍ତି ମହାପ୍ରଭୁ । ତେବେ ମହାପ୍ରଭୁଙ୍କ ଏହି ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ପୋଖରୀ କୂଳରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଘଣ୍ଟ ଘଣ୍ଟା ଶବ୍ଦରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠୁଛି । ଏହାସହିତ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା କୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଶ୍ରୀଜିଉଙ୍କ ୨୪ ବେଶ ଦର୍ଶନ ମଧ୍ୟ ଉଦଘାଟିତ ହୋଇଛି । chandayan yatra Henilprava Swain, Author, 25/05/2024