ସାଲେପୁର: ପୁଣି ନିଆଁରେ ପୋଡ଼ି ଗୁରୁତର ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମଙ୍ଗଳବାର ଘରେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇ ଚିକତ୍ସା ପାଇଁ କଟକ SCB ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶେଷରେ ମହିଳା ଜଣକ ଆଖି ବୁଜି ଦେଇଛନ୍ତି । ମୃତ ମହିଳା ତିଲୋତ୍ତମା ରାଉତ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଯୋଗ୍ୟ, ଗତ ମଙ୍ଗଳବାର ସାଲେପୁର ଥାନା ସିଢ଼ୋ ପଞ୍ଚାୟତ କଙ୍କରାଇଲୋ ଗାଁର ତିଲୋତ୍ତମା ରାଉତ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ । ପାରିବାରିକ କଳହରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଚିକିତ୍ସା ପାଇଁ ସାଲେପୁର ମେଡିକାଲ ଓ ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକ SCB ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୋଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।