ଭୁବନେଶ୍ୱର: ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଗତ ରବିବାର ଅସୁସ୍ଥ ହୋଇ କଟକର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମସ୍ କୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ତାଙ୍କୁ ପ୍ରାରମ୍ଭିକ ଭାବେ ଏମ୍ସ ଟ୍ରମା କେୟାରରେ ଚିକିତ୍ସା ଦିଆଯାଉଛି ।ପରେ ତାଙ୍କୁ କ୍ରିଟିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବ । ବର୍ତମାନ ତାଙ୍କ ବ୍ରେନ୍ ରେ ସୋଡ଼ିଅମ୍ କମୁଛି । ନିଃଶ୍ୱାସ ନେବାରେ ତାଙ୍କର ସମସ୍ୟା ହେଉଛି । କିଡନୀରେ ମଧ୍ୟ ସମସ୍ୟା ମଧ୍ୟ ରହିଛି ବୋଲି ସୂଚନା ମିଳିଛି ।
ତେବେ ଫ୍ୟାନ୍ସ ଏବଂ ତାଙ୍କ ସହକଳାକାରମାନେ ଅଭିଜିତଙ୍କୁ ‘ଦାଦା’ ନାମରେ ଡାକୁଥିବାରୁ ସେ ‘ଦାଦା’ ନାମରେ ବେଶ୍ ପରିଚିତ । ସେ ଅନେକ ଆଲବମ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଦେଇଛନ୍ତି । ବର୍ତ୍ତମାନ ଯାଏଁ ୫୦ ରୁ ଅଧିକ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି । ଏହାସହିତ ସେ ଏକାଧିକ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି।