ଭୁବନେଶ୍ବର, ସେପ୍ଟେମ୍ବର ୩: ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୨ରେ ଚଳିତ ଶିକ୍ଷାବର୍ଷରୁ ଏମବିବିଏସ୍ ପାଠ୍ୟକ୍ରମ ନିମନ୍ତେ ୫୦ଟି ସିଟ୍ ବୃଦ୍ଧି କରିବାକୁ ଜାତୀୟ ମେଡିକାଲ କମିଶନ (ଏନ୍ ଏମ୍ ସି) ଅନୁମୋଦନ କରିଛନ୍ତି। ଜାନୁଆରୀ ୨୦୨୩ରେ କଟକ - ଭୁବନେଶ୍ବର ମଧ୍ୟବର୍ତ୍ତୀ ଫୁଲନଖରା ଠାରେ ଉଦଘାଟିତ ହୋଇଥିବା ଆଇ ଏମ୍ ଏସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୨ରେ ୨୦୨୪-୨୫ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀ ଙ୍କ ପାଇଁ ୧୫୦ଟି ସିଟ୍ ରହିଥିଲା। ବର୍ତ୍ତମାନ ୨୦୨୫-୨୬ ଶିକ୍ଷା ବର୍ଷରେ ଦ୍ୱିତୀୟ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପାଇଁ ଏହାକୁ ୨୦୦ କୁ ବୃଦ୍ଧି କରାଯାଇଛି।